Spread the love

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେବଳ ଲକ୍ଷଣଯୁକ୍ତ ରୋଗୀଙ୍କର କୋଭିଡ୍-୧୯ ପରିକ୍ଷା ପାଇଁ ଦେଇଥିବା ଆଦେଶକୁ ଦିଲ୍ଲୀ ଉପ-ରାଜ୍ୟପାଳ୍ଳ ରଦ୍ଧ କରିଛନ୍ତି । ଶ୍ରୀ କେଜରିୱାଲ ନିକଟରେ ଲକ୍ଷଣ ନଥିବା ଲୋକମାନଙ୍କର କୌଣସି ପରିକ୍ଷା କରାନଯିବାକୁ ନିର୍ଦ୍ଦେଶ ଦେଇଥିଲେ, ତେବେ ଉପ-ରାଜ୍ୟପାଳ୍ଳ ଏହି ନିର୍ଦ୍ଦେଶକୁ ରଦ୍ଧ କରିବା ସହ ଏଣିକି କରୋନା ଲକ୍ଷଣ ନଥିବା ଲୋକମାନଙ୍କର ୫ମ ଦିନ ଓ ୧୦ଦିନ ସଂଘରୋଧରେ ରହିଥିବା ବେଳେ ପରିକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସେମାନଙ୍କର ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କର ମଧ୍ୟ କୋଭିଡ୍-୧୯ ପରିକ୍ଷା ପାଇଁ ସେ ଏକ ନିର୍ଦ୍ଦେଶନାମା ଯାରିକରିଛନ୍ତି । ଏଥିସହ କେଜରିୱାଲ ନିକଟରେ କେବଳ ଦିଲ୍ଲୀ ଲୋକମାନଙ୍କ ପାଇଁ ୧୦୦୦୦ ଶଯ୍ୟା ବିଭିନ୍ନ ଡାକ୍ତରଖାନାରେ ସଂରକ୍ଷିତ ରଖିଥିବା ବେଳେ ଏହାକୁ ମଧ୍ୟ ଉପ-ରାଜ୍ୟପାଳ୍ଳ ରଦ୍ଧ କରିଛନ୍ତି । ଦିଲ୍ଲୀରେ ଅନ୍ୟାନ୍ୟ ରାଜ୍ୟର ଲୋକମାନଙ୍କୁ ସମାନ ଚିକିତ୍ସା ସୁବିଧା ଯୋଗାଇ ଦିଅଯିବ ବୋଲି ଉକ୍ତ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here