Spread the love

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ‘ଆପ’ ସରକାର ଦ୍ୱାରା କରୋନାରେ ମୃତବ୍ୟକ୍ତିଙ୍କ ଶବ ଦାହ ପାଇଁ ମଇ ୩୦ରେ ଦେଇଥିବା ନିଦେ୍ର୍ଦଶ ବାସ୍ତବରେ ଶ୍ମଶାନରେ କିପରି କାର୍ଯ୍ୟକାର ହେଉଛି ତାହା ଅଦାଲତ ମନିଟର କରିବେ ବୋଲି ଦିଲ୍ଲୀ ହାଇକୋର୍ଟ ଆଜି ନିଦେ୍ର୍ଦଶ ଦେଇଛନ୍ତି । ଦିଲ୍ଲୀରେ କରୋନା ସଂକ୍ରମଣରେ ମୃତ ବ୍ୟକ୍ତି ପାଇଁ ପର୍ଯ୍ୟପ୍ତ ବ୍ୟବସ୍ଥା ନଥିବାରୁ ଶବ ସଂସ୍କାର ହୋଇନପାରି ପଡ଼ିରହିଛି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ହାଇକୋର୍ଟ ନିଜଆଡ଼ୁ ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ ଆରମ୍ଭ କରି ଦିଲ୍ଲୀ ସରକାରଙ୍କୁ ଜବାବ ତଲବ କରିଥିଲେ ।

LEAVE A REPLY

Please enter your comment!
Please enter your name here