Spread the love

ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଆପ) ମୁଖ୍ୟ ଅରବିନ୍ଦ କେଜରିୱାଲ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ସେ ଏବେ ଅସୁସ୍ଥ ଅଛନ୍ତିି । ତାଙ୍କୁ ଜ୍ୱର ଆସିଛି ଏବଂ ଗଳା ସଂକ୍ରମଣ ମଧ୍ୟ ହୋଇଛି । ଅସୁସ୍ଥତା ଅନୁଭବ କରିବା ପରେ ସେ ନିଜ ବାସଭବନରେ ହୋମ ଆଇସୋଲେସନରେ ଅଛନ୍ତି । ତାଙ୍କର ସମସ୍ତ ବୈଠକକୁ ଆସନ୍ତା କାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ବାତିଲ କରି ଦିଆଯାଇଥିବା ସୂଚନା ମିଳିଛି । ଆସନ୍ତା କାଲି ତାଙ୍କର କରୋନା ଟେଷ୍ଟ କରାଯିବ ।

LEAVE A REPLY

Please enter your comment!
Please enter your name here