Spread the love

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଶୁକ୍ରବାର ଯାଏ ପ୍ରକାଶ କରିଥିବା କରୋନା ମୃତ୍ୟୁ ସଂଖ୍ୟା ସଠିକ୍ ନୁହେଁ ବୋଲି ଦି ହିନ୍ଦୁ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି । ଦିଲ୍ଲୀ ସରକାର ସମୁଦାୟ ମୃତ୍ୟୁ ୬୮ ଥିବା ଦର୍ଶାଇଥିବା ବେଳେ ସହରର ଦୁଇଟି ବେସରକାରୀ ଡାକ୍ତରଖାନାରେ କେବଳ ୧୦୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ପଶ୍ଚିମବଙ୍ଗ ପରେ ଏହା ଦେଉଛି ଦେଶରେ ଦ୍ୱିତୀୟ ଘଟଣା ଯେଉଁଠି ଏଭଳି ଘଟିଥିବା କୁହାଯାଉଛି । ଯଦି ଏପରି ହୁଏ ତେବେ ଭାରତରେ ଏବେ ସ୍ଥିତି ସଂଘାତିକ ଅବସ୍ଥାରେ ପହଞ୍ଚିଥିବା କୁହାଯାଇଛି । ଆମେରିକା ଠାରୁ ଆମ ଦେଶରେ ସ୍ଥିତି ଆହୁରି ଭୟାବହ ହୋଇ ପଡ଼ିବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here