The glove-wearer has a message to stop the Coronavirus
Spread the love

କୋଲକତା: ସମଗ୍ର ଦେଶ ଏବେ କରୋନା ଯୋଗୁ ଲକ୍ଡାଉନ୍ରେ ଥିବା ବେଳେ ଦୁଇ ଜଣ ବିଚାରପତି ିନିଜର ନୂତନ କର୍ମକ୍ଷେତ୍ରରେ ଯୋଗ ଦେବା ପାଇଁ ସଡ଼କ ପଥରେ ୨ହଜରରୁ ଅଧିକ କିଲୋମିଟର ଯାତ୍ର କରିଥିବା ଜଣାପଡ଼ଛି । କଲିକତା ହାଇକୋର୍ଟରେ ବିଚାରପତିତ୍ତଭାବେ କାର୍ଯ୍ୟ କରୁଥିବା ଦୀପଙ୍କର ଦତ୍ତଙ୍କର ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ହୋଇଥିଲା । ତେବେ ଲକ୍ଡାଉନ୍ ଯୋଗୁ ସମସ୍ତ ପ୍ରକାରର ଯୋଗାଯୋଗ ବ୍ୟବସ୍ଥା ବନ୍ଦ ହୋଇଥିବାରୁ ଜଷ୍ଟିସ ଦତ୍ତ ନିଜ ପୁଅକୁ ସାଥି କରି ଶନିବାର ସକାଳୁ ମୁମ୍ବାଇ ଅଭିମୁଖେ ସଡ଼କ ପଥରେ ଯାତ୍ରା ଆରମ୍ଭ କରିଛନ୍ତ । ରାସ୍ତାରେ ରାତ୍ରୀ ବିଶ୍ରାମ ପରେ ସୋମବାର ଅପରାହ୍ନରେ ମୁମ୍ବାଇ ପହଞ୍ଚôବାର ଲକ୍ଷ୍ୟ ରଖିଛନ୍ତି । ସେହିପରି ଆଲ୍ଲାହାବାଦ ହାଇକୋର୍ଟ ବିଚାରପତି ବିଶ୍ୱନାଥ ସୋମାଦରଙ୍କର ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ହୋଇଛି । ସେ ମଧ୍ୟ ଏକ ସରକାରୀ ଗାଡ଼ିରେ ନିଜ ପତ୍ନୀଙ୍କ ସହ ଆଲ୍ଲାହାବାଦରୁ ମେଘାଳୟ ରାଜଧାନୀ ସିଲଂ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ତାଙ୍କ ସହ ଜଣେ ପେଶାଦାର ଗାଡ଼ି ଚାଳକ ଅଛନ୍ତି । ବିଚାରପତି ସୋମାଦର ଶୁକ୍ରବାର ସଂଧ୍ୟାରେ ଯାତ୍ରା ଆରମ୍ଭ କରି କୋଲ୍କତାରେ ଶନିବାର ସନ୍ଧ୍ୟାରେ ପହଞ୍ଚôଥିଲେ । ସେଠାରେ ନିଜ ଘରେ ରାତ୍ରୀଯାପନ କରି ପୁଣି ସିଲଂ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ସେ ରବିବାର ସିଲଂରେ ପହଞ୍ଚôବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ଗୁରୁବାର ଉଭୟ ବିଚାରପତିଙ୍କୁ ପଦୋନ୍ନତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here