Spread the love

ନୁଆଦିଲ୍ଲୀ: ଦେଶରେ କରୋନା ରେଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଥମିବାର କୌଣସି ଲକ୍ଷଣ ଦେଖାଯାଉନଥିବାରୁ କେନ୍ଦ୍ର ସରକାର ଶୁକ୍ରବାର ମାର୍ଚ୍ଚ ୨୫ରୁ ଜାରି ହୋଇଥିବା ଲକଡାଉନକୁ ଆଉ ଦୁଇ ସପ୍ତାହ ଅର୍ଥାତ ମେ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ମେ ୧୮ରେ ଲକଡାଉନ ଶେଷ ହେବ । ପୂର୍ବ ଘୋଷଣା ଅନୁଯାୟୀ ମେ ୩ ତାରିଖରେ ଲକଡାଉନ ଶେଷ ହୋଇଥାନ୍ତା ।
ଗାଇଡଲାଇନ୍ ଅନୁସାରେ ଏଥର କରୋନା ସଂକ୍ରମଣ ନେଇ ଘୋଷିତ ଗ୍ରିନ୍ ଜୋନ ଓ ଅରେଞ୍ଜ ଜୋନ ଗୁଡ଼ିକ ପାଇଁ କେତେକ କଟକଣା କୋହଳ କରାଯାଇଛି । ରେଡ୍ ଜୋନ ପାଇଁ ଅଧିକ କଟକଣା ଜାରି ରହିବ । ଏହି ଲକଡାଉନ ବଢିବା ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ପିୟୁଷ ଗୋଏଲ, ବିମାନଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରିଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ । ଗୁରୁବାରଦିନ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶର ଅର୍ଥନୈତିକ ସ୍ଥିତି ସୁଧାରିବା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଯୋଗ ଦେଇଥିଲେ । ଏହି ଉଚ୍ଚସ୍ତରୀୟ ବୈଠକରେ ଲକଡାଉନ୍ ଅବଧି ବୃଦ୍ଧି ନେଇ ନିଷ୍ପତ୍ତି ହୋଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here