Spread the love

ବାଲେଶ୍ୱର
ବାଲେଶ୍ୱର ଜିଲ୍ଲାରେ ଅଲଗା ଅଲଗା ସ୍ଥାନରେ ଦୁଇଟି ଦୁର୍ଘଟଣା ଘଟି ୨ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଏଥିରେ ୨ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଖନ୍ତପଡା ଥାନା ଅନ୍ତର୍ଗତ ଉଳିଆପାଟଣାରେ ଗୋଟିଏ ଟ୍ରକକୁ ଅନ୍ୟ ଏକ ଟ୍ରକ ପଛପଟୁ ଧକ୍କା ଦେବାରୁ ଜଣେ ପ୍ରବାସୀ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତିି । ମୃତ ବ୍ୟକ୍ତି ଜଣଙ୍କ ଧକ୍କା ଦେଇଥିବା ଟ୍ରକର ସମ୍ମୁଖ ଭାଗରେ ବସିଥିଲେ । ସେହିପରି କୋଲକାତାରେ ପ୍ରବାସଙ୍କୁ ଛାଡି ଭୁବନେଶ୍ୱର ଅଭିମୁଖେ ଫେରୁଥିବା ବସ ପଣପଣା ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ବସ ଡ୍ରାଇଭର ଆହତ ହୋଇଛନ୍ତି । ଏହି ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା ।

LEAVE A REPLY

Please enter your comment!
Please enter your name here