Spread the love

ଭୁବନେଶ୍ୱର
ସୋନପୁର ବଲାଙ୍ଗିର ରାସ୍ତାର ସିଆଲଜୁରି କୁକୁଡାଯୋର ସେତୁ ନିକଟରେ ଏକ ଟ୍ରକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ୨ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ ଗୁରୁବାର ସକାଳେ ୨ ଜଣ ଲୋକ ଏକ ସ୍କୁଟିରେ ବଲାଙ୍ଗୀରରୁ ସୋନପୁର ଅଭିମୁଖେ ଯାଉଥିିବା ସମୟରେ ସାମ୍ନାରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହା ଦେଖି ଡ୍ରାଇଭର ସେଠାରୁ ଫେରାର ହୋଇଯାଇଛି । ଏହି ସୂଚନା ପାଇବା ପରେ ସୋନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଏ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here