Spread the love

ଭୁବନେଶ୍ୱର
ମହାମାରୀ କରୋନା ଭାଇରସ ଭାରତରେ ଦିନକୁ ଦିନ ସାଂଘାତିକ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଚୀନର ଉହାନରୁ ସାରା ବିଶ୍ୱକୁ ବ୍ୟାପିଥିବା ଏହି ଭାଇରସ ପ୍ରକୋପ ବିଶ୍ୱର ୨୧୩ଟି ରାଷ୍ଟ୍ରକୁୁ ପ୍ରଭାବିତ କରିଛି । ଦେଶରେ ତଦଜନିତ ମୃତ୍ୟୁସଂଖ୍ୟା ସୋମବାର ଦେଢ ଲକ୍ଷ ଟପିଛି ଏବଂ ମୃତ୍ୟୁସଂଖ୍ୟା ଖୁବଶୀଘ୍ର ଚୀନକୁ ଟପିବ ବୋଲି ଆଶଙ୍କା କରାଯାଉଛି । ଏବେ ସୁଦ୍ଧା ୧,୫୧,୭୬୭ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବବେଳେ ୪,୩୩୭ ଲୋକ ଏଥିରେ ମୃତ୍ୟୁବରଣ କଲେଣି । ସେହିପରି ୬୪,୪୨୬ ସୁତ୍ଥ ହୋଇଥିବାବେଳେ ୮୩,୦୦୪ଟି ମାମଲା ସକ୍ରିୟ ରହିଛି । ଅପରପକ୍ଷେ ଏବେ ସୁଦ୍ଧା ଚୀନର୮୨,୯୯୩ ଜଣ ଏଥିରେ ଆକ୍ରାନ୍ତ ହୋଇଥିବାବେଳେ ୪,୬୩୪ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ୭୮,୨୮୦ ଜଣ ସୁସ୍ଥ ହୋଇଥିବାବେଳେ ୭୯ଟି ମାମଲା ସକ୍ରିୟ ରହିଛି । ଭାରତ ଆକ୍ରାନ୍ତଙ୍କ ସଂଖ୍ୟାରେ ଇରାନ ୧,୩୯,୫୧୧, ପେରୁ ୧,୨୯,୭୫୧, କାନଡା ୮୬,୬୪୭ କୁ ଟପିଯାଇ ଟପ-୧୦ରେ ରହିଛି । ସେହିପରି ଭାରତ ଆଗକୁ ତୁର୍କୀ ୧,୫୮,୭୬୨,ଜର୍ମାନୀ ୧,୮୧,୨୮୮, ଫ୍ରାନ୍ସ ୧,୮୨,୭୨୨, ଇଟାଲୀ ୨,୩୦,୫୫୫, ବ୍ରିଟେନ ୨,୬୫,୨୨୭, ସ୍ପେନ ୨,୮୩,୩୩୯, ରଷିଆ ୩,୬୨,୩୪୨, ବ୍ରାଜିଲ ୩,୯୪,୫୦୭ ଏବଂ ଆମେରିକାରେ ୧୭,୨୫,୨୭୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ମୃତ୍ୟୁସଂଖ୍ୟା ଆମରିକାରେ ଲକ୍ଷେ ଟପି ୧୦୦,୫୭୨ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here