Spread the love

ଭୁବନେଶ୍ୱର: ଦେଶରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ୯୯୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୮୭ ଜଣ ମୃତ୍ୟୁବରଣ କରିଛନ୍ତି । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬୬୨୮ କୁ ବୃଦ୍ଧି ପାଇଥିବାବେଳେ ୬୯୨୯ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ୧୨୦୪୦୬ଟି ମାମଲା ସକ୍ରିୟ ଥିବାବେଳେ ୧୧୯୨୯୨ ଜଣ ସୁସ୍ଥ ହେଲେଣି । ଅପରପକ୍ଷେ ବିଶ୍ଵ କରୋନା ତାଲିକାରେ ଭାରତ ଷଷ୍ଠ ସ୍ଥାନରେ ରହିଛି । ଏହି ତାଲିକାରେ ଆମେରିକା ପ୍ରଥମ, ବ୍ରାଜିଲ ୨ୟ, ଋଷିଆ ୩ୟ, ସ୍ପେନ ଚତୁର୍ଥ,ବ୍ରିଟେନ ୫ମ ସ୍ଥାନରେ ରହିଛି । ଏବେ ସୁଦ୍ଧା ବିଶ୍ବରେ ୬୮୮୨୮୮୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪୦୨୨୭୩ ଜଣଙ୍କ ମୃତ୍ୟୁ ହେଲାଣି । ସେହିପରି ୩୪,୧୩,୩୪୯ ସୁସ୍ଥ ହୋଇଥିବାବେଳେ ୩୧,୬୭,୧୯୩ ମାମଲା ସକ୍ରିୟ ରହିଛି ।

LEAVE A REPLY

Please enter your comment!
Please enter your name here