Spread the love

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୨୭,୮୯୨ ରେ ପହଞ୍ଚôଛି । ଏଥିମଧ୍ୟରେ ୬,୧୮୫ ଜଣ ଚିକିସôିତ ହୋଇ ଘରକୁ ଫେରିଛନ୍ତି ।ସମ୍ପ୍ରତ୍ତି ୨୦,୮୩୫ ଜଣ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିସôିତ ହେଉଛନ୍ତି ।ତେବେ ଗତ ୧୪ଦିନ ମଧ୍ୟରେ ୮୫ଟି ଜିଲ୍ଲାରୁ କୌଣସ ିସଂକ୍ରମିତ ଚିହ୍ନଟ ନ ହୋଇଥିବା ବେଳେ, ୨୮ଦିନ ମଧ୍ୟରେ ୧୬ଟି ଜିଲ୍ଲାରେ ଜଣେ ହେଲେ ନୂଆ ରୋଗୀ ଚିହ୍ନଟ ହୋଇନଥିବା କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ।ଭାରତରେ ଅଧିକ ସଂଖ୍ୟକ ରୋଗୀ ଦିନକୁଦିନ ଭଲ ହେଉଥିବା ଶ୍ରୀ ଅଗ୍ରୱାଲ କହିଛନ୍ତି । ଅନ୍ୟ ଏକ ଗୁରୁତ୍ୱପୁର୍ଣ୍ଣ ଘଟଣାରେ ଦିଲ୍ଲୀର ଦୁଇ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here