Spread the love

ନୂଆଦିଲ୍ଲୀ
ବିପଜ୍ଜନକ କରୋନା ଭାଇରସ ଭାରତରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ସୋମବାର ସୁଦ୍ଧା ୬୭,୧୫୨ ଜଣ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଭାରତରେ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ହାର ଅନ୍ୟ ଦେଶ ତୁଲନାରେ ଭଲ ରହିଛି । ଦେଶର ୨୦୯୧୭ କରୋନା ରୋଗୀ ସୁୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୪୪,୦୨୯ ମାମଲା ସକ୍ରିୟ ରହିଛି । ଏହି ମହାମାରୀରେ ମହାରାଷ୍ଟ୍ରର ୨୨୧୭୧, ଗୁଜରାଟର ୮୧୯୪, ତାମିଲନାଡୁର ୭୨୦୪, ଦିଲ୍ଲୀର ୬୯୨୩, ରାଜସ୍ଥାନର ୩୮୧୪, ମଧ୍ୟପ୍ରଦେଶର ୩୬୧୪, ଉତ୍ତରପ୍ରଦେଶର ୩୪୬୭, ଆନ୍ଧ୍ରପ୍ରଦେଶର ୧୯୮୦, ପଶ୍ଚିମବଙ୍ଗର ୧୯୩୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଅପରପକ୍ଷେ ସୋମବାର ୧୧.୩୦ ସୁଦ୍ଧା ବିଶ୍ୱର ୪୧,୮୧,୨୧୮ ଜଣ ଏଥିରେ ଆକ୍ରାନ୍ତ ହୋଇଥିବାବେଳେ ୨,୮୩,୮୭୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ୧୪,୯୩,୪୯୦ ଜଣ ସୁସ୍ଥ ହୋଇଥିବାବେଳେ ୨୪,୦୩,୮୫୨ ମାମଲା ସକ୍ରିୟ ରହିଛି । ସେମାନଙ୍କ ମଧ୍ୟରୁ ୧୬୫୧୪ ଜଣଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ରହିଛି । ଏଥିରେ ଆମେରିକାର୧୩,୬୭,୬୩୮ , ସ୍ପେନର ୨,୬୪,୬୬୩, ବ୍ରିଟେନର ୨,୧୯,୧୮୩, ଇଟାଲୀର ୨,୧୯,୦୭୦, ରଷିଆର ୨,୦୯,୬୮୮, ଫ୍ରାନ୍ସର ୧,୭୬.୯୭୦. ଜର୍ମାନୀର ୧,୭୧,୮୭୯, ତୁର୍କୀର ୧,୩୮,୬୫୭, ବ୍ରାଜିଲର ୧,୬୨,୬୯୯, ଇରାନର ୧,୦୭,୬୦୩, ଚୀନର ୮୨,୯୧୮, କାନାଡାର ୬୮,୮୪୮, ପେରୁର ୬୭,୩୦୭ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here