Spread the love

ନୂଆଦିଲ୍ଲୀ : ଦେଶରେ ଗୋଟିଏ ଦିନରେ ସର୍ବାଧିକ ୬୭୬୭ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏଥିସହ ସମଗ୍ର ଦେଶରେ ମୋଟ ୧ଲକ୍ଷ ୩୧ ହଜାର ୮ଶହ ୬୮ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସିକ୍କିମରେ ଜଣେ ରୋଗୀଙ୍କୁ ଏବେ ଚିହ୍ନଟ କରାଯାଇଛି । ଫଳରେ ଦେଶରେ ଆଉ ଏକ ରାଜ୍ୟ କରୋନା ସଂକ୍ରମଣ ତାଲିକାରେ ଯୋଡ଼ି ହୋଇ ଯାଇଛି ।
ଇତି ମଧ୍ୟରେ ଦେଶରେ ୩ ହଜାର ୭ଶହ ୬୭ ଜଣଙ୍କର ଦେଶରେ ମୃତ୍ୟୁ ହୋଇଥିବା ବେଳେ ଆଜି ଶହେରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ତେବେ ଦେଶରେ କରୋନା ସଂକ୍ରମଣରେ ଚିକିତ୍ସା ହେଉଥିବା ରୋଗୀଙ୍କ ଭିତରୁ ୪୧ ପ୍ରତିଶତରୁ ଅଧିକ ଭଲ ହୋଇ ଘରକୁ ଫେରିଥିବା କେନ୍ଦ୍ର ସ୍ôାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here