Spread the love

ନୂଆଦିଲ୍ଲୀ
ରାଜଧାନୀ ଦିଲ୍ଲୀ ସ୍ଥିତ ଡ.ବାବା ସାହେବ ଆମ୍ବେଦକର ହସ୍ପିଟାଲର ୧୦୬ ଜଣ ସ୍ୱାସ୍ଥ୍ୟକର୍ମୀ ବିପଜ୍ଜନକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ହସ୍ପିଟାଲ କର୍ତ୍ତୁପକ୍ଷ କରୋନା ରୋଗୀଙ୍କୁ ଅଲଗା କରି ରଖିବାରେ ବିଫଳ ହେବାରୁ ଏପରି ହୋଇଛି ବୋଲି କୁହାଯାଉଛି । ଗୋଟିଏ ହସ୍ପିଟାଲରୁ ଏତେ ସଂଖ୍ୟକ କୋଭିଡ ଯୋଦ୍ଧା କରୋନାରେ ଆକ୍ରାନ୍ତ ହେବା ଦେଶର ପ୍ରଥମ ଘଟଣା । ଏହା ପୂର୍ବରୁ ଉକ୍ତ ହସ୍ପିଟାଲର ୩ କର୍ମଚାରୀ ଏଥିରେ ଆକ୍ରାନ୍ତ ହୋଇଥିଲେ । ସୂଚନାଯୋଗ୍ୟ ଯେ ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ୭୬୩୯ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୮୬ ଜଣ ମୃତ୍ୟୁବରଣ କରିଥିବାବେଳେ ୨୫୧୨ ଜଣ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here