Spread the love

ନୂଆଦିଲ୍ଲୀ: ଦେଶରେ ୨୦୧୯-୨୦ ବର୍ଷରେ ରେକର୍ଡ ୨୯୫.୬୭ ମିଲିୟନ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି । ଏହା ୨୦୧୮-୧୯ ବର୍ଷ ଠାରୁ ୩.୬ ପ୍ରତିଶତ ବା ୧୦.୪୬ ମିଲିୟନ ଟନ ଅଧିକ ବୋଲି କେନ୍ଦ୍ର କୃଷି ମନ୍ତ୍ରଣାଳୟ କହିଛି । ଏହାସହ ୨୦୨୦-୨୧ ବର୍ଷ (ଜୁଲାଇ-ଜୁନ ଚକ୍ର)ରେ ୨୯୮ ମିଲିୟନ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହେବ ବୋଲି ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ସମ୍ଭବ ହେଲେ କରୋନା ମୁକାବିଲା ପାଇଁ ପ୍ରବାସୀ ଶ୍ରମିକଙ୍କୁ ଦୁଇ ମାସ ଖାଦ୍ୟ ଯୋଗାଇବା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇପାରିବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here