Spread the love

ନୂଆଦିଲ୍ଲୀ: ସମସ୍ତ ଚେଷ୍ଟା ସତ୍ତ୍ୱେ ଦେଶରେ କରୋନା ସଂକ୍ରମଣ ଥମୁନାହିଁ । ମଙ୍ଗଳବାର ଗୋଟିଏ ଦିନରେ ୩୯୦୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୧୯୫ଜଣଙ୍କର ମୃତୁ୍ୟ ହୋଇଛି । ଗୋଟିଏ ଦିନରେ ୧୯୫ଜଣଙ୍କର ମୃତୁ୍ୟ ସରକାରଙ୍କ ନିଦ ହଜାଇ ଦେଇଛି । ଦେଶରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୪୬,୪୩୩ରେ ପହଞ୍ଚିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଦେଶରେ ୧୦୨୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଫଳରେ ଭାରତର ମୃତ୍ୟୁହାର ୩ ପ୍ରତିଶତ ରହିଥିବାବେଳେ ଆରୋଗ୍ୟ ହାର ୨୭.୪ ପ୍ରତିଶତ ରହିଛି । ସଂଖ୍ୟା ବୃଦ୍ଧÿି ସମ୍ପର୍କରେ ସେ କହିଛନ୍ତି, ପୂର୍ବରୁ କେତେକ ରାଜ୍ୟ ଠିକ ତଥ୍ୟ ଦେଉନଥିଲେ । ଏବେ ଠିକ ତଥ୍ୟ ଦେବାରୁ ସଂଖ୍ୟା ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here