Spread the love

ନୂଆଦିଲ୍ଲୀ
ମହାମାରୀ କରୋନା ଭାଇରସର ପ୍ରକୋପ ଭାରତରେ ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ୯,୮୫୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୭୩ ଜଣ ମୃତ୍ୟୁବରଣ କରଛନ୍ତି । ଏହା ସହିତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୬,୭୭୦ ଛୁଇଁଛି ଏବଂ ମୃତ୍ୟୁସଂଖ୍ୟା ୬,୩୪୮କୁ ବଢିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏବେ ଦେଶରେ ୧,୧୦,୯୬୦ ମାମଲା ସକ୍ରିୟ ଥିବାବେଳେ ୧,୦୯,୪୬୧ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ୪୮.୨୭ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି । ଏଥିରେ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି । ସେଠାରେ ୭୭୭୯୩ ଆକ୍ରାନ୍ତ ହୋଇଥିବାବେଳେ ୨୭୧୦ ମୃତ୍ୟୁବରଣ କରିଛନ୍ତି । ସେହିପରି ତାମିଲନାଡୁରେ ୨୭୨୫୬ ଏବଂ ୨୨୦, ଦିଲ୍ଲୀରେ ୨୫୦୦୪ ଏବଂ ୬୫୦, ଗୁଜରାଟରେ ୧୮୫୮୪ ଏବଂ ୧୧୫୫,ରାଜସ୍ଥାନରେ ୯୮୬୨ ଏବଂ ୨୧୩, ମଧ୍ୟପ୍ରଦେଶରେ ୮୭୬୨ ଏବଂ ୩୭୭, ପଶ୍ଚିମବଙ୍ଗରେ ୬୮୭୬ ଆକ୍ରାନ୍ତ ହୋଇଛନ୍ତି ଏବଂ ୩୫୫ ଜଣ ମୃତ୍ୟୁବରଣ କରିଛନ୍ତି । ଅପରପକ୍ଷେ ଏବେ ସୁଦ୍ଧା ବିଶ୍ୱର ୬୭,୨୦,୧୯୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩,୯୩,୫୩୭ ଜଣଙ୍କ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here