Spread the love

ନୁଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬,୯୧୭ରେ ପହଞ୍ଚିଛି । ସେହିଭଳି ମୃତ୍ୟୁସଂଖ୍ୟା ମଧ୍ୟ ୮୨୬କୁ ବୃଦ୍ଧି ପାଇଛି । ମୁମ୍ବାଇରେ ଦେଶର ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ ମୃତକଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ ରହିଛି । ସେହିଭଳି ଗୁଜୁରାଟ ଏବେ ଦିଲ୍ଲୀକୁ ପଛରେ ପକାଇ ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ରାଜ୍ୟ ଭାବେ ଉଭା ହୋଇଛି । ଗୋଟିଏ ଦିନରେ ଦ୍ୱିତୀୟ ସର୍ବାଧିକ ୧୭୫୨ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଦିଲ୍ଲୀ ତୃତୀୟ ସ୍ଥାନରେ ରହିଥିବା ବେଳେ ପଶ୍ଚିମବଙ୍ଗର କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ସେଠାକାର ସରକାର ଦେଉଥିବା ତଥ୍ୟ କେତେଦୂର ସତ ସେନେଇ ନାନା ମହଲରେ ସନେ୍ଦହ ସୃଷ୍ଟି ହୋଇଛି । ସେହିଭଳି ଦେଶର ମୋଟ ୯ ଲକ୍ଷରୁ ଉଦ୍ଧ୍ୱର୍ ଲୋକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ସନ୍ଦିଗ ୍ଧ ବୋଲି ବିବେଚନା କରାଯାଉଛି । ସେମାନଙ୍କୁ ଘରୋଇ ଓ ବିଭିନ୍ନ ସରକାରୀ ସ୍ଥାନରେ ସଂଗରୋଧ ଅବସ୍ଥାରେ ରଖାଯାଉଛି ।

LEAVE A REPLY

Please enter your comment!
Please enter your name here