Spread the love

ନୂଆଦିଲ୍ଲୀ: ଗୁରୁବାର ସକାଳ ୮ଟା ସୁଦ୍ଧା ଦେଶରେ ୧,୧୨.୩୫୯ ଜଣ କରୋନା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୫,୨୯୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ୩.୯୩୫ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟାରେ ମୋଟ ୫,୬୦୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୫୩ ଜଣ, ଆସାମରେ ୪ ଜଣ, ବିହାରରେ ୧୦ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୧୭୬ ଜଣ, ଗୁଜରାଟରେ ୭୪୯ ଜଣ, ହରିୟାଣାରେ ୧୪ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ କଶ୍ମୀରରେ ୧୮ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୪୧ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୬୭ ଜଣ, ମହାରାଷ୍ଟ୍ରରେ ୧୩୯୦ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୬ ଜଣ, ପଞ୍ଜାବରେ ୩୮ ଜଣ, ରାଜସ୍ଥାନରେ ୧୪୭ ଜଣ, ତାମିଲନାଡୁରେ ୮୭ ଜଣ, ତେଲେଙ୍ଗାନାରେ ୪୦ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୧୨୭ ଜଣ ଏବଂ ପଶ୍ଚମବଙ୍ଗରେ ୨୫୩ ଜଣ ।

LEAVE A REPLY

Please enter your comment!
Please enter your name here