Spread the love

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶକୁ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ ପରି ୩ଟି ଜୋନରେ ବିଭକ୍ତ କରିଛନ୍ତି । ଦେଶର ୭୩୩ ଜିଲ୍ଲା ମଧ୍ୟରୁ ୧୩୦ଟି ଜିଲ୍ଲା ରେଡ ଜୋନରେ ସ୍ଥାନ ପାଇଥିଲା ବେଳେ ମୋଟ ଲୋକ ସଂଖ୍ୟାର ଏକ ତୃତୀୟାଂଶ ରେଡ ଜୋନରେ ଥିବା ଜଣାପଡ଼ିଛି । ୨୮୪ଟି ଜିଲ୍ଲା ଅରେଞ୍ଜ ଓ ୩୧୯ଟି ଜିଲ୍ଲା ଗ୍ରୀନ ଜୋନରେ ଅଛି ।
ଦେଶର କେତେକ ପ୍ରମୁଖ ସହର ତଥା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ୍, ବେଙ୍ଗାଲୁରୁ ଏବଂ କୋଲକାତା ଏବେ ବି ରେଡ୍ ଜୋନ୍ରେ ରହିଛି। ମାମଲା ବଢ଼ିବା, ମାମଲା ଦ୍ବିଗୁଣ ହେବା ଆଧାରରେ ଜିଲ୍ଲାଗୁଡ଼ିକୁ ଏଭଳି ବିଭକ୍ତ କରାଯାଇଛି। ଏପ୍ରିଲ ୩୦ ସୁଦ୍ଧା ୧୨୯ଟି ଜିଲ୍ଲା ରେଡ୍ ଜୋନ୍ରେ ଥିଲାବେଳେ ୨୯୭ଟି ଅଂରେଜ ଜୋନ୍ରେ ଏବଂ ୩୦୭ଟି ଗ୍ରୀନ ଜୋନ୍ରେ ଥିଲା। ସରକାରଙ୍କ ନୂଆ ଆକଳନ ଅନୁଯାୟୀ ୧୨ଟି ନୂଆ ଜିଲ୍ଲାକୁ ଗ୍ରୀନ ଜୋନ୍ରେ ସାମିଲ କରାଯାଇଛି। ରୋଡ୍ ଜୋନ୍ ସଂଖ୍ୟା ଅପରିବର୍ତ୍ତିତ ରହିଛି। ଅଂରେଜ୍ ଜୋନ୍ରେ ସଂଖ୍ୟା ୨୯୭ରୁ ୨୮୪କୁ କମିଛି। ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅବରୋଧ ଅଞ୍ଚଳ ନିକଟରେ ବଫର ଜୋନ୍ ସୃଷ୍ଟି କରିବାକୁ କୁହାଯାଇଛି। ଭାଇରସ୍ ନ ବ୍ୟାପିବା ପାଇଁ ଏହି ପଦକ୍ଷେପ ନେବାକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ତାଲିକା ଅନୁଯାୟୀ ଉତ୍ତରପ୍ରଦେଶରେ ରେଡ ଜୋନ୍ରେ ୧୯ଟି ଜିଲ୍ଲା ଥିବାବେଳେ ମହାରାଷ୍ଟ୍ରରେ ୧୪ , ତାମିଲନାଡ଼ୁରେ ୧୨ , ଦିଲ୍ଲୀରେ ୧୧, ପଶ୍ଚିମବଙ୍ଗରେ ୧୦, ଆନ୍ଧ୍ରପ୍ରଦେଶ ଏବଂ ବିହାରରେ ୫ଟି ଜିଲ୍ଲା ରେଡ୍ ଜୋନ୍ରେ ରହିଛି।
ରେଡ୍ ଜୋନ୍ରେ ଥିବା ୧୩୦ ଜିଲ୍ଲାକୁ ହଟ୍ସ୍ପଟ୍ କୁହାଯାଉଛି। ଏହି ୧୩୦ଟି ଜିଲ୍ଲାରେ ଦେଶର ୧ ତୃତୀୟାଂଶ ଲୋକ ବସବାସ କରୁଛନ୍ତି। ଏହି ହଟ୍ସ୍ପଟ୍ ଅଞ୍ଚଳରେ ପ୍ରାୟ ୪୦୦ ନିୟୁତ ଲୋକ ବସବାସ କରୁଛନ୍ତି ଏବଂ ଏହ ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରିବ୍ୟାପ୍ତ । ଏଥିରୁ ୪ଟି ରାଜ୍ୟରେ ହଟ୍ସ୍ପଟ୍ ଜିଲ୍ଲା ସଂଖ୍ୟା ଅଧିକ ରହିଛି। ରେଡ୍ ଜୋନ୍ ସଂଖ୍ୟା ପୂର୍ବ ତୁଳନାରେ କମିଥିଲେ ମଧ୍ୟ ୭ଟି ରାଜ୍ୟରେ ରୋଡ୍ ଜୋନ୍ ସଂଖ୍ୟା ବଢ଼ିଛି। ପଶ୍ଚିମବଙ୍ଗରେ ରେଡ୍ ଜୋନ୍ ସଂଖ୍ୟା ସବୁଠୁ ଅଧିକ ବଢ଼ିଛି। ଏଠାରେ ପୂର୍ବରୁ ୪ଟି ରେଡ୍ ଜୋନ୍ ଥିବା ବେଳେ ଏହା ଏବେ ବଢ଼ି ୧୦ରେ ପହଞ୍ଚିଛି। ଅନ୍ୟପକ୍ଷେ ତାମିଲନାଡ଼ୁରେ ରେଡ୍ ଜୋନ୍ ସଂଖ୍ୟା କମିଛି। ୧୩୦ଟି ରେଡ୍ ଜୋନ୍ ଜିଲ୍ଲାରେ ୮୩ ନିୟୁତ ଘର , ୨୫୦୦ ସହର ଏବଂ ୧୨୦,୦୦୦ ଗ୍ରାମ ଅନ୍ତର୍ଭୁକ୍ତ। ଦେଶର ସମସ୍ତ ସହରର ଏହା ଏକ ତୃତୀୟାଂଶ ଅଟେ। ୨୦୧୧ ଜନଗଣନା ଅନୁଯାୟୀ ଭାରତରେ ସବୁଠୁ ଅଧିକ ଲୋକସଂଖ୍ୟା ଥିବା ୧୪ଟି ଜିଲ୍ଲାକୁ ରେଡ୍ ଜୋନ୍ରେ ବିଭକ୍ତ କରାଯାଇଛି। ଏଥିରେ ଦିଲ୍ଲୀରୁ ୮ଟି, ମୁମ୍ବାଇ, ଚେନ୍ନାଇ, କୋଲକାତା, ହାଇଦ୍ରାବାଦ୍ ଏବଂ ଚଣ୍ଡିଗଡ଼ର ୨ଟି ଲେଖାଏ ଜିଲ୍ଲା ରହିଛି।

LEAVE A REPLY

Please enter your comment!
Please enter your name here