Spread the love

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଅନ୍ୟ ୫ଟି ବ୍ୟାଙ୍କରୁ ୪୦୦ କୋଟିରୁ ଅଧିକ ଟଙ୍କାର ଋଣ ନେଇ ପରିଶୋଧ ନକରି ଆଉ ଜଣେ ଉଦ୍ୟୋଗପତି ଦେଶ ଛାଡ଼ି ପଳାଇଥିବା ଜଣାପଡ଼ିଛି । ଆଶ୍ଚର୍ଯ୍ୟର ବିଷୟ, ସମ୍ପୃକ୍ତ ଉଦ୍ୟୋଗପତି ୨୦୧୬ରୁ ଷ୍ଟେଟ ବ୍ୟାଙ୍କ ଦ୍ୱାରା ଖିଲାପି ଘୋଷିତ ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ ୪ ବର୍ଷ ପରେ ଅର୍ଥାତ ୨୦୨୦ ଫେବ୍ରୁଆରୀ ୨୫ରେ ଏ ସମ୍ପର୍କରେ ଜଣାଇବା ପରେ ସିବିଆଇ ପକ୍ଷରୁ ଗତ ଏପ୍ରିଲ ୨୮ରେ ଏତଲା ଦାୟର କରାଯାଇଛି ।
ଦିଲ୍ଲୀର ବାସମତୀ ଚାଉଳ ରପ୍ତାନୀ କରୁଥବା ରାମ ଦେବ ଇଣ୍ଟରନାସନାଲ ଲିମିଟେଡ଼ ପକ୍ଷରୁ ଷ୍ଟେଟ ବ୍ୟାଙ୍କରୁ ୧୭୩.୧୧ କୋଟି, କାନାଡ଼ା ବ୍ୟାଙ୍କରୁ ୭୬.୦୯ କୋଟି, ୟୁନିୟନ ବ୍ୟାଙ୍କରୁ ୬୪.୩୧ କୋଟି, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରୁ୫୧.୩୧ କୋଟି, କର୍ପୋରେସନ ବ୍ୟାଙ୍କରୁ ୩୬.୯୧ କୋଟି ଓ ଆଇଡିବିଆଇରୁ ୧୨.୨୭ କୋଟି ଟଙ୍କାର ଋଣ ଉଠାଯାଇଥିଲା । ତେବେ ଋଣ ପ୍ରଦାନରେ ଖିଲାପ ଯୋଗୁ ଉକ୍ତ ସଂସ୍ଥାକୁ ବାରମ୍ବାର ନୋଟିସ ଦିଆଯାଇଥିଲେ ମଧ୍ୟ ସେମାନେ ଦେଶରେ ନଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ରାମ ଦେବ ଇଣ୍ଟରନାସନାଲ ଲିମିଟେଡ଼ର ନିଦେ୍ର୍ଦଶକ ନରେଶ କୁମାର, ସୁରେଶ କୁମାର, ସଙ୍ଗୀତା ଓ ଅଜଣା ସରକାରୀ ଅଧିକାରୀଙ୍କ ବିରୋଧରେ ସିବିଆଇ ପକ୍ଷରୁ ଏତଲା ଦିଆଯାଇଛି । ଏହି ଖିଲାପି ମାନେ ୨୦୧୮ରୁ ଦୁବାଇରେ ଲୁଚିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here