Spread the love

କଟକ: ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ହେଉଛି ଭାରତ । ଭାରତରେ ୨ହଜାରରୁ ଅଧିକ ରାଜନୈତିକ ଦଳ ରହିଛନ୍ତି । ତେବେ ଦୁଃଖର ବିଷୟ କରୋନା ଭଳି ମହାମାରୀରେ କେନ୍ଦ୍ର ସରକାର ସାଂସଦଙ୍କ ହାତ ପାଣ୍ଠିକୁ କରୋନା ଲଢେଇରେ ଖର୍ଚ୍ଚ ପାଇଁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରସରକାରଙ୍କ ଅଧୀନରେ ଥିବାକର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ବାର୍ଷିକ ବର୍ଦ୍ଧିତ ଦରମା ଉପରେ ଆସନ୍ତା ଦେଢ ବର୍ଷ ପାଇଁ ରୋକ ଲଗାଇଛନ୍ତି । ଦେଶର କୋଣ ଅନୁକୋଣରୁ ସାଧାରଣ ଜନତା ଓ ଟିକସ୍ ଦାତାମାନେ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ୍ ସହ ନିଜନିଜ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରୁଛନ୍ତି । ଏହା ନିଶ୍ଚୟ ସ୍ୱାଗତଯୋଗ୍ୟ । କିନ୍ତୁ ଶହଶହ କୋଟି ଟଙ୍କାର ଚାନ୍ଦା ସଂଗ୍ରହ କରୁଥିବା ଭାରତର ରାଜନୈତିକ ଦଳ ଗୁଡିକ କିନ୍ତୁ ଦେଶ ବିପତ୍ତି ବେଳେ ଟଙ୍କାକର ଦାନ କେବେ ଦେବାର ନଜିର ନାହିଁ । ଏପରିକି ରାଜନୈତିକ ଦଳ ଗୁଡିକ ପକ୍ଷରୁ କେବେ ଏ ନେଇ ବିତର୍କ କିମ୍ବା ଆରୋପ ପ୍ରତ୍ୟାରୋପ କରାଯାଇନାହିିଁ । କାରଣ ରାଜନୈତିକ ଦଳ ଗୁଡିକର ପାର୍ଟି ଫଣ୍ଡ୍ କେବଳ ନିର୍ବାଚନ ପରିଚାଳନା ଓ ନେତାଙ୍କ ବ୍ୟକ୍ତିତ୍ୱ ପରାକାଷ୍ଠାକୁ ସର୍ବସାଧାରଣରେ ଜାହିର କରାଯିବା ପାଇଁ ଖର୍ଚ୍ଚ କରାଯାଉଥିବାର ଦୃଷ୍ଟାନ୍ତ ସମଗ୍ର ଭାରତରେ କିଛି କମ୍ ନାହିଁ । ଭାରତରେ ଦୁର୍ଭିିକ୍ଷ, ବନ୍ୟା, ମହାବାତ୍ୟା ଆଦି ଚିର ସହଚର ହୋଇରହିଛି । ରାଜନୀତିରେ ସଂଶ୍ଳିଷ୍ଟ ବ୍ୟକ୍ତିଗତ ସ୍ତରରେ ଜାତୀୟ ବିପତ୍ତିରେ କ୍ଷତିଗ୍ରସ୍ତ ଲୋକଙ୍କୁ ଦାନ କରିବାର ଅନେକ ନଜିର ରହିଛି । ତେବେ ରାଜନୈତିକ ଦଳ ଗୁଡିକ ଜାତୀୟ କିମ୍ବା ରାଜ୍ୟସ୍ତରର ସରକାରୀ ରିଲିଫ୍ ପାଣ୍ଠିକୁ ଅର୍ଥ ଦାନ କରିବା ସେମାନଙ୍କ ସମ୍ବିଧାନରେ ନଥିବାବିଜେପିର ରାଜ୍ୟ ମୁଖପାତ୍ର ସଜ୍ଜନ୍ ଶର୍ମା କହିଛନ୍ତି । ରାଜନୈତିକ ଦଳ କୌଣସି ବ୍ୟକ୍ତିର ବ୍ୟକ୍ତିଗତ ବ୍ୟାପାର ନୁହଁ ଓ ଏହାର ପାଣ୍ଠି ମଧ୍ୟ ନିଜସ୍ୱ ନୁହଁ । ତେଣୁ ସିଧାସଳଖ ସରକାରୀ ପାଣ୍ଠିକୁ ଅର୍ଥ ଦାନ ସମ୍ଭବ ନୁହଁ ବୋଲି ସେ ତାଙ୍କ ପ୍ରତିକ୍ର୍ରିୟାରେ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ରାଜନୈତିକ ଦଳ ଗୁଡିକ ନିର୍ବାଚନ ସମୟରେ ନିଜ ନିଜର ସାଂସଦ ଓ ଏମ୍ଏଲ୍ଏ ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ନିୟମ ମୁତାବକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି । ଭାରତରେ ବିଭିନ୍ନ ରାଜନୈତିକ ଦଳ ଗୁଡିକ ଗୋଟିଏ ଗୋଟିଏ ସାଧାରଣ ନିର୍ବାଚନରେ ଶହଶହ କୋଟି ଟଙ୍କା ଖର୍ଚ୍ଚ କରିବା କଥା କାହାକୁ ଅଛପା ନାହିଁ । ସରକାରୀ ହିସାବ ବାହାରେ ରାଜନୈତିକ ଦଳ ଗୁଡିକ କେତେ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିଥାନ୍ତି ତାହା ଦଳ ର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣା । ଏ ସଂପର୍କରେ ବିଜେଡି ମୁଖପାତ୍ର ତଥା ସାଂସଦ ସସ୍ମିତ୍ ପାତ୍ରଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ସେ କୋଭିଡ୍ ସମୟରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । ଦେଶରଏଭଳି ଏକ ଦୁର୍ଦ୍ଦିନ ସମୟରେ ରାଜନୈତିକ ଦଳ ଗୁଡିକ ସର୍ବପ୍ରଥମେ ନିଜ ନିଜର ପାଣ୍ଠି ଦେଶକୁ ଦାନ କରିବା ଉଚି୍ତ କି ନୁହ ଚିନ୍ତା କରିବାର ବେଳ ଆସିଛି ।

LEAVE A REPLY

Please enter your comment!
Please enter your name here