A popular arcade of souvenir shops has closed on Friday ( March 20, 2020) as Davao City Mayor Sara Duterte Carpio orders the temporary closure of malls and some business establishments starting March 19 midnight as part of the preventive measures while the city under community quarantine due to threat of Covd-19. Mindanews Photo
Spread the love

ଭୁବନେଶ୍ୱର: କରୋନା ଜନିତ ଲକଡାଉନ ବେଳେ ଦୋକାନ ଖୋଲିବା ନେଇ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ତାହାକୁ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ ଚୌଧୁରୀ ଦୁର କରିଛନ୍ତି । ସେ କହିଛନ୍ତି ଯେ ମାର୍କେଟ କମ୍ପ୍ଲେକ୍ସ ଠାରୁ ଅଲଗା ଥିବା ଦୋକାନଗୁଡ଼ିକ ଖୋଲିପାରିବ । କପଡ଼ା ଦୋକାନ ଖୋଲିପାରିବ । କିନ୍ତୁ ଏହା ଆବାସିକ ଘରକୁ ଲାଗିଥିବା ଷ୍ଟଲ ହୋଇଥିବା ଦରକାର । ଅତ୍ୟାବଶ୍ୟକ ସାମଗ୍ରୀ ଥିବା ସମସ୍ତ ଦୋକାନ ଖୋଲିପାରିବ । ସପିଂ ମଲ ଏବଂ ମାର୍କେଟ କମ୍ପ୍ଲେକ୍ସ ଖୋଲିପାରିବ ନାହିଁ ବୋଲି ପୂର୍ବରୁ କୁହାଯାଇଥିଲା। ଗୋଟିଏ କୋଠାରେ ୫ଟିରୁ ଅଧିକ ଦୋକାନ ଥିଲେ ଏହାକୁ ମାର୍କେଟ କମ୍ପ୍ଲେକ୍ସ ଭାବେ ଧରାଯିବ । ଗୋଟିଏ ସ୍ଥାନରେ ୫ଟିରୁ କମ ଦେକାନ ଥିଲେ, ସେଗୁଡ଼ିକ ଖୋଲିପାରିବ । ଚା’, ପାନ, ସ୍ପା, ଗୁଟଖା ଦୋକାନ ଖୋଲିପାରିବ ନାହିଁ । ସେହିପରି ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦିଆଯାଇଛି କିନ୍ତୁ ସେଠାରେ ଖାଇବା ଅନୁମତି ଦିଆଯାଇ ନାହିଁ । ଗ୍ରାହକ ଏଠାରୁ ପାର୍ସଲ ନେଇପାରିବେ । ନିର୍ମାଣ ସାମଗ୍ରୀ ଦୋକାନ ଖୋଲିବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ସାମଗ୍ରୀ ରାତିରେ ନିଆଯିବାକୁ ପରାମର୍ଶ ଦିଆଯାଇଛି । ଗୋଟିଏ ଦୋକାନରେ ଏକକାଳୀନ ୫ ଜଣ ଗ୍ରାହକଙ୍କୁ ଏକାଠି ଆସିବାକୁ ଅନୁମତି ଦିଆଯାଇ ନାହିଁ । ଛିଙ୍କ, କାଶ ହେଉଥିବା ଓ ମାସ୍କ ପିନ୍ଧି ନଥିବ। ଲୋକ ଦୋକାନରେ ପ୍ରବେଶ କରି ପାରିବେ ନାହିଁ । ସକାଳ ୮ଟାରୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ଲାଇସେନ୍ସପ୍ରାପ୍ତ ଦୋକାନଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିପାରିବ । ନିର୍ମାଣସ୍ଥଳୀରେ କାମ ଚାଲିଥିଲେ ବାହାରୁ ଶ୍ରମିକ ଆଣି ହେବ ନାହିଁ । ନିର୍ମାଣ ସାମଗ୍ରୀ ରାତିରେ ଆଣି ହେବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here