Spread the love

ଭୁବନେଶ୍ୱର
ରାଜଧାନୀର ଲିଙ୍ଗରାଜ ଥାନା କେଉଟ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ତିନି ମାସ ତଳେ ବିବାହ କରିଥିବା ନବଦମ୍ପତ୍ତି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଲିଙ୍ଗରାଜ ପୋଲିସ ଏହି ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ସ୍ୱାମୀର ମୃତଦେହ ଏବଂ ବେଡ ତଳେ ମରି ପଡିଥିବା ସ୍ତ୍ରୀର ଶବକୁ ଉଦ୍ଧାର କରିଛି । ତେବେ କେଉଁ କାରଣରୁ କିମ୍ବା ପରିସ୍ଥିତିରେ ମୃତ୍ୟୁ ହୋଇଛି ତାହା ଜଣାପଡିନାହିଁ । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ସ୍ୱାମୀ ଜଣଙ୍କ ଖବରକାଗଜ ହକର ଥିଲେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here