Spread the love

ନୂଆଦିଲ୍ଲୀ: ଜାତିସଂଘରେ କାର୍ଯ୍ୟରତ ଭାରତୀୟ ରାଷ୍ଟ୍ରଦୂତ ସୟଦ ଅକରୁଦ୍ଦିନ ଗୁରୁବାର ନମସ୍ତେ ସହ ଜାତିସଂଘରେ ନିଜ କାର୍ଯ୍ୟକାଳ ଶେଷ କରିଛନ୍ତି । ଆଜି ତାଙ୍କର ଶେଷ କାର୍ୟ୍ୟ ଦିବସ ଥିଲା । ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସଙ୍କୁ ଭିଡିଓ କନ୍ଫରେନ୍ସିଙ୍ଗ୍ରେ ନମସ୍ତେ କହି ବିଦାୟ ନେଉଛନ୍ତି। ଟୁଇଟ୍ କରି ଅକବରୁଦ୍ଦିନ୍ କହିଛନ୍ତି, ବିଦାୟ ନେବା ବେଳେ କିମ୍ବା ଭେଟିବା ବେଳେ ଆମେ ହେଲୋ କିଂବା‘ଥ୍ୟାଙ୍କସ୍ କହୁ ନାହିଁ। ଆମେ କହୁ ‘ନମସ୍ତେ’। ଆଜି ମୋର କାର୍ୟ୍ୟକାଳ ସରୁଥିବାରୁ ମୁଁ ‘ନମସ୍ତେ’ କହୁଛି।
ଏହା ଶୁଣି ଗୁଟେରସ୍ ମୃଦୁ ହସିବା ସହ ପ୍ରତିବାଦନରେ ‘ନମସ୍ତେ’ ବୋଲି କହୁଛନ୍ତି। ୧୯୮୫ ବ୍ୟାଚ୍ଇଣ୍ଡିଆ ଫରେନ୍ ସର୍ଭିସ୍ ଅଫିସର୍ ଅକବରୁଦ୍ଦିନ୍ ୨୦୧୬ ଜାନୁଆରି ମାସରୁ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଭାବେ ଅବସ୍ଥାପିତ ହୋଇଥିଲେ। ତାଙ୍କ ସ୍ଥାନରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସଚିବ ଥିବା ଟି ଏସ୍ ତ୍ରିମୂର୍ତ୍ତି ସେଠାରେ ଅବସ୍ଥାପିତ ହେବେ।

LEAVE A REPLY

Please enter your comment!
Please enter your name here