Spread the love

ଭୁବନେଶ୍ୱର
ମଣିଷ ଏକବିଂଶ ଶତାଦ୍ଦୀରେ ପାଦ ଦେଲାଣି ତଥାପି ଅନ୍ଧବିଶ୍ୱାସକୁ ଛାଡି ପାରୁନି । କୋଉଠି ଫସଲ ଭଲ ହେବ ବୋଲି ଶିଶୁ ବଳି ଦିଆଯାଉଛି ତ ଆଉ କୋଉଠିି ମେଳା ମଉତ୍ସବ ନାମରେ ଶହ ଶହ ନିରୀହ ପଶୁଙ୍କୁ ହତ୍ୟା କରାଯାଉଛି । ଏବେ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ବନ୍ଧହୁଡା ଗ୍ରାମର ମା ବ୍ରାହ୍ମଣୀ ମନ୍ଦିରରେ । ସେଠାରେ ଜଣେ ପୂଜକ କରୋନା ଭଲ ହେବା ପାଇଁ ମନ୍ଦିର ଭିତରେ ଜଣେ ବ୍ୟକ୍ତିଙ୍କୁ ବଳି ଦେଇଛନ୍ତି । ବଳୀ ଦେଲେ କରୋନା ହଟିବ ବୋଲି ସ୍ୱପ୍ନାଦେଶ ହୋଇଥିବା ପୂଜକ କହିଛି । ଏଥିରେ ମୃତ ବ୍ୟକ୍ତିଙ୍କ ନାମ ସରୋଜ ପ୍ରଧାନ (୫୫) ଏବଂ ହତ୍ୟାକାରୀ ପୂଜକ ସଂସାରୀ ଓଝା(୭୦) । କିନ୍ତୁ ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା ବୋଲି ସୂଚନା ମିଳିଛି । ସେ ପୋଲିସକୁ ଦେଇଥିବା ବୟାନ ଅନୁଯାୟୀ କରୋନା ଭାଇରସ ହଟିବା ନିମନ୍ତେ ବଳୀ ଦେବାକୁ ସ୍ୱପ୍ନାଦେଶ ହୋଇଥିଲା । ଉକ୍ତ ଗ୍ରାମର ସରୋଜ ପ୍ରଧାନ ରାତିରେ ମନ୍ଦିରକୁ ଆସିିଥିଲେ । ସେହି ସମୟରେ ପୂଜକ ଏକ କଟୁରୀରେ ତାଙ୍କ ମୁଣ୍ଡକୁ ଚୋଟ ପକାଇଥିଲେ । ଏଥିରେ ସରୋଜଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇ ଯାଇଥିଲା । ପରେ ଥାନାରେ ଅଭିଯୁକ୍ତ ଆତ୍ମ ସମର୍ପଣ କରିଛି । ଏହା ପରେ ନରସିଂହପୁର ପୋଲିସ ଏବଂ ଆଠଗଡ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିିଛନ୍ତି ।

LEAVE A REPLY

Please enter your comment!
Please enter your name here