Spread the love

ମୁମ୍ବାଇ: ଦେଶର ବାଣିଜି୍ୟକ ତଥା ମନୋରଞ୍ଜନ ରାଜଧାନୀ ମୁମ୍ବାଇ ମହାନଗରୀ ୧୦୦ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ସାମୁଦ୍ରିକ ବାତ୍ୟାର ସମ୍ମୁଖିନ ହେବାକୁ ଯାଉଛି । କରୋନା ସଙ୍କଟ ସମୟରେ ପ୍ରକୃତି ‘ନିସର୍ଗ’ ରୁପରେ ମୁମ୍ବାଇବାସୀଙ୍କୁ ଏହି ଉପହାର ଦେବାକୁ ଯାଉଛି । ସାମୁଦ୍ରିକ ବାତ୍ୟା ନିସର୍ଗ ବର୍ତ୍ତମାନ ମୁମ୍ବାଇ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୪୩୦ କିଲୋମିଟର ଦୁରରେ ଅଛି । ଏହା ଆଜି ଅପରାହ୍ନରୁ ଭୀଷଣ ସାମୁଦ୍ରିକ ବାତ୍ୟାର ରୁପ ଧାରଣ କରିସାରିଛି ଓ ୩ ତାରିଖ ଅପରାହ୍ନରେ ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ଉପକୂଳ ଅତିକ୍ରମ କରିବ । ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଆଲିବାଗ ନିକଟବର୍ତ୍ତୀ ହରିହରେଶ୍ୱର ଓ ଡାମନ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏଥିପାଇଁ ମହାରାଷ୍ଟ୍ର ବିଶେଷ କରି ମୁମ୍ବାଇରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି । ‘ନିସର୍ଗ’ ପାଇଁ ମହାରାଷ୍ଟ୍ରରେ ୧୦ଟି ଏନଡିଆରଏଫ ଟିମ ମୁତୟନ କରାଯାଇଥିଲା ବେଳେ ଗୁଜୁରାଟରେ ୧୫ଟି ଟିମ ମୁତୟନ କରାଯାଇଛି । ଉଭୟ ରାଜ୍ୟରେ ତଳିଆ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିଆ ଆରମ୍ଭ ହୋଇଛି । ମୁମ୍ବାଇ ଗତ ୧୦୦ ବର୍ଷ ମଧ୍ୟରେ କୌଣସି ସାମୁଦ୍ରିକ ବାତ୍ୟାର ସମ୍ମୁଖିନ ହୋଇନଥିଲା ।

LEAVE A REPLY

Please enter your comment!
Please enter your name here