Spread the love

ନୁଆଦିଲ୍ଲୀ: ନୀତି ଆୟୋଗର ଜଣେ କର୍ମଚାରୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ରାଜଧାନୀରେ ଥିôବା ନୀତି ଆୟୋଗ କାର୍ଯ୍ୟାଳୟକୁ ସିଲ କରାଯାଇଛି । ଏ ସମ୍ପର୍କରେ ସୂଚନା ଦେଇ ଆୟୋଗର ଉପ ସଚିବ ଅଜିତ କୁମାର କହିଛନ୍ତି ଯେ କାର୍ଯ୍ୟାଳୟ ସିଲ କରାଯିବା ପରେ ବିଶୋଦନା କରାଯାଉଛି । ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୁପାରିଶକ୍ରମେ କେନ୍ଦ୍ର ସରକାର ଯେଉଁ ପ୍ରୋଟୋକଲ ଜାରି କରିଛନ୍ତି ତାକୁ ପାଳନ କରାଯାଉଛି ବୋଲି ସେ କହିଛନ୍ତି । ଏଠାରେ ସୂଚନା ଥାଉ କି ସୋମବାର ସୁପ୍ରିମକୋର୍ଟରେ କାମ କରୁଥିବା ଜଣେ ଆଟେଣ୍ଡାଣ୍ଟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଉକ୍ତ ବ୍ୟକ୍ତିଙ୍କ କଣ୍ଟାଣ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା । ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ କ୍ୱାରାଣ୍ଟଇନ କରାଯିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଦୁଇ ଜଣ ରେଜିଷ୍ଟ୍ରାରଙ୍କୁ ମଧ୍ୟ ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ୟ୍ୟନ୍ତ କ୍ୱାରାଣ୍ଟାଇନକୁ ପଠାଇଦିଆଯାଇଛି ।

LEAVE A REPLY

Please enter your comment!
Please enter your name here