Spread the love

ଭୁବନେଶ୍ୱର
ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା କମିବାର ନା ଧରୁନି । ଏହି କ୍ରମରେ ଆଜି ଆଉ ୧୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡାର ୫୦, କଟକରୁ ୨୦, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧, କନ୍ଧମାଳରୁ ୯, ଭଦ୍ରକରୁ ୭,ଖୋର୍ଧା, ନୟାଗଡ,ସୁନ୍ଦରଗଡ,ନୂଆପଡା,ମୟୁରଭଞ୍ଜ,ବରଗଡ ଏବଂ ସୋନପୁରରୁ ୩ ଜଣ ଲେଖାଏଁ,ବଲାଙ୍ଗୀର ଓ ସମ୍ବଲପୁରରୁ ୨ଜଣ ଲେଖାଏଁ, ବୌଦ୍ଧ,କେନ୍ଦୁଝର ଏବଂ ମାଲକାନଗିରିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫୩ ଜଣଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରୁ ଏବଂ ୩ ଜଣଙ୍କୁ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ କରାଯାଇଛି । ଏହି ନୂଆ ଆକ୍ରାନ୍ତଙ୍କ ସହତି ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୧୦୪ରେ ପହଞ୍ଚି ଯାଇଛି । ଏବେ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୬୯ଟି ମାମଲା ସକ୍ରିୟ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here