୨୦୧୫ରେ ନେପାଳରେ ହୋଇଥିବା ଭୟଙ୍କର ଭୁକମ୍ପର ଏକ ଦୃଶ୍ୟ
Spread the love

କାଠମାଣ୍ଡୁ: ମଙ୍ଗଳବାର ମଧ୍ୟରାତ୍ରୀରେ ନେପାଳରେ ୫.୩ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୧୧.୫୩ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ । ଏଥିରେ ଧନଜୀବନ ହାନୀ ହୋଇଥିବାର କୌଣସି ଖବର ମିଳିନାହିଁ । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ କାଠମାଣ୍ଡୁର ପୂର୍ବକୁ ୧୮୦ କିଲୋମିଟର ଦୁର ଦୋଲାଖାରେ ଥିଲା ବୋଲି ନେପାଳ ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୨୦୧୫ରେ ଏହି ପାର୍ବତ୍ୟ ରାଷ୍ଟ୍ରରେ ଭୟଙ୍କର ଭୁକମ୍ପ ହୋଇ ୯ ହଜାରରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିଲା ।

LEAVE A REPLY

Please enter your comment!
Please enter your name here