Spread the love

ଇସଲାମାବାଦ : ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ପାକିସ୍ଥାନ ସରକାର ପଳାତକ ଘୋଷଣା କରିଛନ୍ତି । ଗତ ବର୍ଷ ପାନାମା ପେପର ମାମଲାରେ ଲାଞ୍ଚ ନେବା ଘଟଣା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ତାଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିଲା । ତେବେ ଗତବର୍ଷ ନଭେମ୍ବର ମାସରେ ତାଙ୍କର ହୃଦଘାତ ହୋଇଥିବା ଦର୍ଶାଇ ସେ ସୁପ୍ରିମ କୋର୍ଟଙ୍କ ଆଦେଶ ମୁତାବକ ଚିକିତ୍ସା ଲାଗି ଲଣ୍ଡନ ଯାଇଥିଲେ । ତେବେ ଲଣ୍ଡନରେ ସେ କି ଚିକିତ୍ସା ହେଉଛନ୍ତି ସେ ସଂପର୍କରେ କିଛି ତଥ୍ୟ ପାକିସ୍ଥାନ ସରକାରଙ୍କୁ ପ୍ରଦାନ କରି ନାହାନ୍ତି । ଏଥିସହ ତାଙ୍କ ବିରୋଧରେ ପାକିସ୍ଥାନରେ ଚାଲିଥିବା ମାମଲାରେ ସେ କ୍ରମାଗତ ଭାବେ ହାଜର ନହେବାରୁ ଦେଶର ନିୟମ ମୁତାବକ ତାଙ୍କୁ ପଳାତକ ଘୋଷିତ କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସୂଚନା ପ୍ରଦାନକାରୀ ଅଧିକାରୀ ଫିରଦୋଷ ଆସିକ ଆୱାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here