Spread the love

ଭୁବନେଶ୍ୱର: ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ହୋଇଛି । ରାଜ୍ୟର ୯ଟି ଦକ୍ଷିଣ-ପଶ୍ଚିମ ଜିଲ୍ଲାରେ ପଙ୍ଗପାଳ ଆକ୍ରମଣ ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରାଯାଇ ମନିଟରିଂ କିମଟି ଗଠନ କରାଯାଇଛି । ଓୟୁଏଟି, ଜାତୀୟ ଧାନ ଗବେଷଣା କେନ୍ଦ୍ରର କୀଟ ତତ୍ତ୍ୱବିତଙ୍କୁ ନେଇ ଗଠିତ କମିଟି ମୁକାବିଲା ପାଇଁ ଏସଓପି ଜାରି କରିଛି । ଏବେ ଦମକଳ ବାହିନୀ ଏଥିପାଇଁ ପ୍ରସ୍ତୁତ ବୋଲି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି କହିଛନ୍ତି । ସେ କହିଛନ୍ତି ଚିହ୍ନଟ ହୋଇଥିବା ୯ଟି ଜିଲ୍ଲାରେ ୧୦୧ଟି ଦମକଳ କେନ୍ଦ୍ର ଅଛି । ଉକ୍ତ କେନ୍ଦ୍ରରେ ଥିବା ହାଇ ଟେଣ୍ଡର ଗାଡ଼ି ଦ୍ୱାରା ପଙ୍ଗପାଳଙ୍କ ଉପରେ କୀଟନାଶକ ସ୍ପ୍ରେ କରାଯିବ ବୋଲି ସେ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here