Spread the love

ସଙ୍ଗରୋଧ ଅବଧି ୧୪ରୁ ୨୧ ଦିନ ବୃଦ୍ଧି

କଟକ: ଓଡ଼ିଶା ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆଙ୍କର ପ୍ରଥମେ କରୋନା ପରୀକ୍ଷା କରାଇ ରିପୋର୍ଟ ମିଳିବା ପରେ ଘରକୁ ଆଣିବାକୁ ଓଡ଼ିଶା ହାଇକୋର୍ଟ ଆଦେଶ ଦେଇଛନ୍ତି । ଏପ୍ରିଲ ୨୯ରେ ପ୍ରବାସୀ ଓଡ଼ିଆ ଘରକୁ ଫେରିବା ପରେ ଯେଭଳି କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଛି ଓ ପ୍ରବାସୀ ମାନେ ସରକାରୀ ବ୍ୟବସ୍ଥା, ନିୟମାବଳୀ ମାନୁନଥିବା ସମ୍ପର୍କରେ ପ୍ରତିଦିନ ଏକାଧିକ ଉଦାହରଣ ପରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଏକ ପ୍ରକାରର ନିଶ୍ଚିତ ହୋଇଛି । ଏ ସମ୍ପର୍କରେ ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟ ପ୍ରଥମେ ପ୍ରବାସୀଙ୍କର କରୋନା ପରୀକ୍ଷା କରାଇ ପରେ ରାଜ୍ୟକୁ ଫେରାଇ ଆଣିବା ପାଇଁ ଆଦେଶ ଦେଇଛନ୍ତି । ଏଥିପାଇଁ ଯେଉଁ ରାଜ୍ୟରେ ଶ୍ରମିକ ମାନେ ରହୁଛନ୍ତି ସେହି ରାଜ୍ୟରେ ସେମାନଙ୍କର ଆରଟି-ପିସିଆର ପରୀକ୍ଷା କରାଇବାକୁ ହାଇକୋର୍ଟ ସରକାରଙ୍କୁ ଆଦେଶ ଦେଇଛନ୍ତି । ଯେଉଁମାନଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବ ସେହିମାନଙ୍କୁ ଓଡ଼ିଶାରେ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଏବେ ପ୍ରବାସୀ ଶ୍ରମିକଙ୍କ ସଙ୍ଗରୋଧ ଅବଧି ୧୪ ଦିନରୁ ୨୧ ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା କେ. ଶ୍ରୀନାଥ ରେଡ୍ଡୀ ସରକାରଙ୍କୁ ଏହି ପରାମର୍ଶ ଦେଇଥିବା ଜଣାପଡ଼ିିଛି ।

LEAVE A REPLY

Please enter your comment!
Please enter your name here