Spread the love

ଭୁବନେଶ୍ୱର
କୋଭିଡ କିଟ ଏବଂ ପିପିଇ ସାମଗ୍ରୀ କେଳେଙ୍କାରୀ ପରେ ସରକାର ପର୍ଚେଜ କମିଟି ମୁଖ୍ୟ ପଦରୁ ଆଇଏଏସ ହେମନ୍ତ ଶର୍ମାଙ୍କୁ ହଟାଇ ଦେଇଛନ୍ତି । ସେ କରୋନା ମୁକାବିଲା ସରଞ୍ଜାମ ଗ୍ରହଣ ନକରିବାରୁ ବିବାଦ ହୋଇଥିଲା । ସେ ୨ ଟ୍ରକ ମାସ୍କ, ୨ ଟ୍ରାକ ସାନିଟାଇଜର, ଗୋଟିଏ ଟ୍ରକ ଭେଣ୍ଟିଲେଟର ଫେରାଇ ଦେଇଥିଲେ । ଅର୍ଡର ବାତିଲ ସତ୍ତେ୍ୱ ସେ ୨୯ ଟ୍ରକ ପିପିଇ କିିଟ ଗ୍ରହଣ କରିଥିଲେ । ଏନେଇ ଗଣାମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସରକାର ଚେତିଥିଲେ । ଅପରପକ୍ଷେ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାମ ଖୁଣ୍ଟିଆ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଏବଂ ଆବଶ୍ୟକସ୍ଥଳେ ସିବିଆଇ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here