Spread the love

କୋଲକାତା
ବାତ୍ୟା ଅମ୍ଫାନ କ୍ଷୟକ୍ଷତିର ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ପାଇଁ ଆଗୁଆ ହଜାରେ କୋଟିର ସହାୟତା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କୋଲକତାରେ ଅନୁଷ୍ଠିତ ସମୀକ୍ଷା ବୈଠକରରେ କହିିଛନ୍ତି ଯେ ବାତ୍ୟାରେ ୮୦ ଜଣଙ୍କର ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ କୋଲକାତାର ୧୫ ଜଣ ସାମିିଲ ଅଛନ୍ତି । ଏଥିରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହାୟତ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ମିଳିବ । ଏଭଳି ଘଡିସନ୍ଧି ମୂହୂର୍ତ୍ତରେ ସାରା ଦେଶ ପଶ୍ଚିମବଙ୍ଗ ଜନତାଙ୍କ ସହ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିିଛନ୍ତି । ଏହା ସହିତ କ୍ଷୟ କ୍ଷତିର ଆକଳନ ଲାଗି କେନ୍ଦ୍ରର ଏକ ଟିମ ରାଜ୍ୟଗସ୍ତରେ ଆସିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here