Spread the love

ଭୁବନେଶ୍ୱର: ରାଜସ୍ତାନ, ଗୁଜୁରାଟରେ ଦେଖାଦେଇଥିବା ପଙ୍ଗପାଳ ଓଡ଼ିଶାକୁ ଆସିପାରନ୍ତି । ଏ ନେଇ ସୁଚନା କେନ୍ଦ୍ର ସରକାର ଦେବା ପରେ ଏବେ ରାଜ୍ୟରେ ଆରମ୍ଭ ହୋଇଛି ପଙ୍ଗପାଳ ମୁକାବିଲା କସରତ । ଓୟୁଏଟିରେ ଏ ସମ୍ପର୍କରେ ପ୍ରାଥମିକ ଆକଳନ କରାଯିବା ପରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପତଙ୍ଗର ମୁକାବିଲା ପାଇଁ ଓୟୁଏଟି ଓ କଟକ ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ରର କୀଟ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାହେବ । ଉକ୍ତ ଟିମର ପରାମର୍ଶ ଅନୁଯାୟୀ ମୁକାବିଲା ପାଇଁ ଏସଓପି ଜାରି ହେବ ବୋଲି ଜଣାପଡ଼ିଛି । ଜୁନରେ ପଙ୍ଗପାଳ ପଶ୍ଚିମ ଓଡ଼ିଶା ଦେଇ ରାଜ୍ୟକୁ ପଶିପାରନ୍ତି ଓ ବର୍ଷା ହେଲେ ପଳାଇବେ ବୋଲି ଓୟୁଏଟି ଡିନ ଲଳିତ ମୋହନ ଗଡ଼ନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here