Spread the love

ଇସଲାମାବାଦ: ପଡୋଶୀ ପାକିସ୍ତାନରେ କରୋନାକୁ ନେଇ ଧର୍ମଗୁରୁ ମୌଲାନା ଓ ସରକାରଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି । ସମ୍ଜିଦ୍ ରେ ରମ୍ଜାନ ପ୍ରାର୍ଥନାକୁ ନେଇ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଠାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୧,୧୫୫ ରେ ପହଞ୍ଚିଛି । ୨୩୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ , ୨୭ ଜଣ ସୁସ୍ଥ ହୋଇଛନ୍ତି । ପାକିସ୍ତାନ ରେ ମୋଟ ସଂକ୍ରମିତ ଙ୍କ ମଧ୍ୟରୁ ଶତକଡା ୭୯ ଭାଗ ସ୍ଥାନୀୟ ରୋଗୀ ଙ୍କ ଠାରୁ ସଂକ୍ରମିତ ହୋଇଥିବା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ରମଜାନରେ ମସ୍ଜିଦ୍ ମଧ୍ୟରେ ପ୍ରାର୍ଥନା କରିବା ପାଇଁ ମୌଲବୀ ମାନେ ଦାବି କରିବା ଓ ସରକାର ଏହାକୁ ମାନି ନେବା ପରେ ପାକିସ୍ତାନ ର ଶାସନ ଏବେ କାହା ନିୟନ୍ତ୍ରଣରେ ରହିଛି ସେ ନେଇ ଏଠାରେ ଆଲୋଚନା ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here