Spread the love

କରାଚି: ଆଜି ଅପରାହ୍ନରେ କରାଚି ବିମାନ ବନ୍ଦର ନିକଟରେ ଏକ ବିମାନ ଦୁର୍ଘଟଣାରେ ୯୮ ଜଣଙ୍କ ପ୍ରାଣହାନି ହୋଇଛି । ଏହି ବିମାନଟି କରାଚି ବିମାନ ବନ୍ଦରରେ ଅବତରଣ କରିବାର ମାତ୍ର ଏକ ମିନିଟ୍ ପୂର୍ବରୁ ତଳକୁ ଖସି ପଡିଥିଲା । ଫଳରେ ବିମାନଟିରେ ବିସ୍ପୋରଣ ଘଟି ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ଉକ୍ତ ବିମାନରେ ଥିବା ୯୮ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ତେବେ ଏହି ବିମାନ ଦୁର୍ଘଟଣା କାହିଁକି ଘଟିଲା ତାହା ଜଣା ପଡିନାହିଁ ।

LEAVE A REPLY

Please enter your comment!
Please enter your name here