Spread the love

ଭୁବନେଶ୍ୱର
ଭଦ୍ରକ ଜିଲ୍ଲା ଚାନ୍ଦବାଲିର ପୋତା ପୋଖରୀ ଗ୍ରାମର ରାଜେନ୍ଦ୍ର ବେହେରାଙ୍କ ୯ ମାସର ଶିଶୁ କନ୍ୟାର ମୃତଦେହକୁ ପାଣିଟାଙ୍କିିରୁ ଉଦ୍ଧାର କରାଯାଇଛି ।  ଶିଶୁକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଶିଶୁ କନ୍ୟାର ମାମୁଁ ଚାନ୍ଦବାଲି ଥାନାରେ ଅଭିଯୋଗ କରିଛନ୍ତି । ପରେ ପୋଲିସ ସନ୍ଦେହରେ ଶିଶୁର ଜେଜେମାଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ସୂଚନା ଅନୁଯାୟୀ ପାଣିଟଙ୍କାରୁ ଶିଶୁକୁ ଉଦ୍ଧାର କରିବା ପରେ ଡାକ୍ତରଖାନା ନିଆଯାଇଥିଲା । ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ପୋଲିସ ମୃତଦେହ ଜବତ କରିବା ସହ ବାଲେଶ୍ୱର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ରାଜେନ୍ଦ୍ର ବେହେରାଙ୍କ ଭାଇଙ୍କ ଝିଅ ବୟାନ ଆଧାରରେ ଶିଶୁର ଜେଜେମାକୁ ଅଟକ ରଖିଛି । ତେବେ ରାଜେନ୍ଦ୍ରଙ୍କ ପତ୍ନୀଙ୍କୁ ଦୀର୍ଘ ଦିନ ହେଲା ନିର୍ଯାତନା ଦିଆଯାଉଛି ବୋଲି ଅଭିଯୋଗ ହୋଇଛି । ଏବେ ରାଜେନ୍ଦ୍ର ବାହାର ରାଜ୍ୟରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here