A man rows a boat in the Dal Lake on the outskirts of Srinagar on May 6, 2020. (Photo by Tauseef MUSTAFA / AFP)
Spread the love

ନୂଆଦିଲ୍ଲୀ
ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଉତ୍ତରା ଅଞ୍ଚଳର ପାଣିପାଗ ସୂଚନା ଦେବା ଲାଗି କେନ୍ଦ୍ର ସରକାର ଟିଭି ଚ୍ୟାନେଲ ଗୁଡିକୁ କହଛନ୍ତି । ଏଥିରୁ ପାକିସ୍ତାନ ବିରୋଧରେ ରଣନୈତିକ ଦୃଷ୍ଟିରୁ ଭାରତ ବଡ ପରିବର୍ତ୍ତନ କରିବାର ସଙ୍କେତ ମିଳିଛି । ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲ ଏଭଳି ସୂଚନା ଜାରି କରିବାକୁ ନିଷ୍ପତ୍ତି ନେଇଥିଲେ । ଅଧିକାରୀଙ୍କ ଅନୁଯାୟୀ ପ୍ରାୟ ତିନି ମାସ ତଳୁ ଏପରି କରିବା ଲାଗି ପ୍ରକ୍ରିୟ।। ଆରମ୍ଭ କରାଯାଇଥିଲା । ଫେବ୍ରୁୟାରୀ ୩ରେ ବୈଦେଶିକ ଏବଂ ସ୍ୱରଷ୍ଟ୍ର ମନ୍ତ୍ରଣାଳୟର ସଚିବଙ୍କ ପାଖକୁ ଏ ସମ୍ପର୍କିତ ସୂଚନା ପଠା ଯାଇଥିଲା । ଏହା ବ୍ୟତୀତ ଗୁଇନ୍ଦା ବିଭାଗ ଏବଂ ରିସର୍ଚ୍ଚ ଆଣ୍ଡ ଆନାଲିସିସ ଉବଙ୍ଗ(ର)ର ମୁଖ୍ୟଙ୍କ ମଧ୍ୟ ସୂଚନା ଦିଆଯାଇଥିଲା । ଗତ ସପ୍ତାହରେ ଏହାକୁ ମଞ୍ଜୁରି ମିଳିଥିଲା । ପିଓକେର ମିରପୁର ଏବଂ ମୁଜାଫରାବାଦ ସମେତ ଉତ୍ତରାଞ୍ଚଳର ଗିଲଗିଟ ବାଲଟିସ୍ତାନର ପାଣିପାଗ ସୂଚନା ଦେଖାଇବା ପାଇଁ ସରକାର ଦୂରଦର୍ଶନ ସହିତ କିଛି ଘରୋଇ ଚ୍ୟାନେଲକୁ କହିଛନ୍ତି । ଏହା ଦ୍ୱାରା ଭାରତ ପାକିସ୍ତାନକୁ ଅନେକ କଡା ସନ୍ଦେଶ ଦେଉଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହା ଭାରତର ପରିବର୍ତ୍ତିତ ରଣନୀତିକୁ ପ୍ରତିପାଦିତ କରୁଛି । ଏହା ପାକିସ୍ତାନ ସହିତ ତାହାର ସହଯୋଗି ରଷ୍ଟ୍ର ଗୁଡିକୁ କଡା ସନ୍ଦେଶ ଦେଉଛି ଯେ ପାକିିସ୍ତାନ ଜାମ୍ମୁକାଶ୍ମୀରର ୮୬ ସ୍କୋୟାର କିିମି ଉପରେ ବେଆଇନ କବ୍ଚା କରି ରଖିଛି । ଭାରତ ପ୍ରତ୍ୟେକ ଦିନ ପାଣିପାଗ ସୂଚନା ଏବଂ ଟିଭିରେ ଦେଖାଯାଉଥିବା ଭାରତର ନକ୍ସାରେ ପାକିସ୍ତାନ କିଭଳି ଭାବରେ ଅଞ୍ଚଳ ପରିବର୍ତ୍ତନ କରୁଛି ତାହାର ପ୍ରସାରଣ କରାଯିବ । ଏହା ବ୍ୟତୀତ ଭାରତ ପାକିସ୍ତାନର ସହଯୋଗୀ ରାଷ୍ଟ୍ର ଚୀନକୁ ମଧ୍ୟ ବିରୋଧ କରିବ । କାରଣ ଚୀନ-ପାକିସ୍ତାନ ଇକୋନମିକ କରିଡର ଗିଲଗିଟ- ବଲଟିସ୍ତାନ ଦେଇ ଯାଉଛି । ଭାରତ ଏହା ଦ୍ୱାରା ବ୍ରିଟେନରେ ରହିଥିବା ପାକିିସ୍ତାନୀ ନେତାଙ୍କୁ କଡା ସନ୍ଦେଶ ଦେବାକୁ ଚାହୁଁଛି । ପାକିସ୍ତାନ ମିରପୁରର ଅନେକ ଲୋକ ବ୍ରିଟେନରେ ରହୁଛନ୍ତି । ଜେରେମି କାର୍ବନଙ୍କ ପରି ଲେବର ପାର୍ଟିର ନେତାଙ୍କ ସହ ଏମାନଙ୍କର ଭଲ ସମ୍ବନ୍ଧ ରହିଛି । ସୂଚନାଯୋଗ୍ୟ ଯେ ଜାମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସମୟରେ ଜେରେମି ଏହାକୁ ବିରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here