Spread the love

ନୂଆଦିଲ୍ଲୀ: କରୋନା ଜନିତ ବିପତ୍ତି ପାଇଁ କେନ୍ଦ୍ର ସରକାର ସହାୟତା ଘୋଷଣା କରୁଛନ୍ତି । ମାତ୍ର ଏହା ପିଲାଙ୍କୁ ଦେଲା ଭଳି ମନେ ହେଉଛି ବୋଲି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ଏବେ ଲୋକଙ୍କର ନଗଦ ଟଙ୍କା ଦରକାର । ସେଥିପାଇଁ ସାଧାରଣ ଲୋକ ଓ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର କରିବାକୁ, ମନରେଗାରେ ୨୦୦ ଦିନ କାମ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଲୋକଙ୍କୁ ଏବେ ନଗଦ ଟଙ୍କା ଦେଲେ ବିତ୍ତୀୟ ନିଅଣ୍ଟ ସୃଷ୍ଟି ହେବ ଓ ତାହା ହେଲେ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ଗୁଡ଼ିକ ମାନ୍ୟତା ହ୍ରାସ କରିବେ । ତେଣୁ ମାନ୍ୟତା ହ୍ରାସ ଡରରେ ସରକାର ପିଲାଙ୍କୁ ଲଲିପପ ଦେଲା ଭଳି ବ୍ୟବହାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here