Spread the love

ଆଠଗଡ
ନିଜ ସନ୍ତାନକୁ ହତ୍ୟାକରି ଘର ପଛ ପଟ ବାଡିରେ ପୋତିଦେଇଥିଲା ବାପା । କଟକ ଜିଲ୍ଲା ଆଠଗଡର ଗୁରୁଡିଝାଟିାଆ ଥାନା ଅନ୍ତର୍ଗିତ ଗୋବାରେ ଗାଁର ଏଭଳି ଘଟଣା ଘଟିଛି । ଏହି ଜଘନ୍ୟ ହତ୍ୟାକାଣ୍ଡର ସାତ ଦିନ ପରେ ସତ କଣ ଜଣାପଡିଯାଇଛି । ସୂଚନା ଅନୁଯାୟୀ ଏକ ସପ୍ତାହ ତଳେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ନିଜ ୩୦ ବର୍ଷର ପୁଅକୁ ହତ୍ୟା କରିଥିଲେ । ତେବେ ଏହି ଘଟଣାକୁ ଲୁଚାଇବା ଲାଗି ଘରର ବାରି ପଟେ ଗାତଖୋଳି ପୁଅର ମୃତଦେହକୁ ପୋତିଦେଇଥିଲା । କିନ୍ତୁ କିଛି ଦିନ ପରେ ଉକ୍ତ ଯୁବକଙ୍କୁ ଦେଖିବାକୁ ନପାଇ ଧିରେ ଧିରେ ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ଏବଂ ସେମାନେ ଥାନାରେ ଏହି ସୂଚନା ଦେଇଥିଲେ । ପୋଲିସ ଜେରାରେ ପୂତ୍ର ହତ୍ୟାକାରୀ ପିତା ଘଟଣା ସମ୍ପର୍କରେ କହିଥିଲା । ପରେ ବାରିରେ ପୋତା ଯାଇଥିବା ପୁଅର ମୃତଶରୀରକୁ ଠାବ କରି ତଦନ୍ତକୁ ଜୋର ଦାର କରିଛି ।

LEAVE A REPLY

Please enter your comment!
Please enter your name here