Spread the love

ଜାମ୍ମୁ: ଉଗ୍ରପନ୍ଥୀଙ୍କର ଏକ ଗୋଷ୍ଠୀ ଅନୁପବେଶ କରିଥିବାର ସୁଚନା ମିଳିବା ପରେ ନିରାପତ୍ତା ବାହିନୀ ପକ୍ଷରୁ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଥିବା ଅଧଡଜନରୁ ପଡ଼ା ଗ୍ରାମରେ ବଡ଼ ଧରଣର ତଲାସୀ ଅଭିଯାନ ଆରମ୍ଭ କରାଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି । ପୁଞ୍ଚ ଜିଲ୍ଲାର ମେନ୍ଧର ତହସିଲର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଏହି ପଡ଼ାଗ୍ରାମ ଗୁଡ଼ିକ ଅବସ୍ଥିତ । ସୋମବାର ସକାଳୁ ତଲାସୀ ଅଭିଯାନ ଆରମ୍ଭ ହୋଇଛି । ସେନା ଓ ପୋଲିସ ପକ୍ଷରୁ ମିଳିତ ଭାବେ ତଲାସୀ ଅଭିଯାନ ଚାଲିଛି । ରବିବାର ରାତିରେ ସେଠାରେ ସନ୍ଦିଗ୍ଧ ଗତିବିଧି ଲକ୍ଷ୍ୟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here