Spread the love

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ର କ୍ଷତ ଶୁଖିନଥିଲା ବେଳେ ଆଉ ଏକ ବାତ୍ୟା ଦାନା ବାନ୍ଧୁଛି ବଙ୍ଗୋପ ସାଗରରେ । ପାଣିପାଗ ବିଭାଗର ଅନୁମାନ ସତ୍ୟ ହେଲେ ଏହା ଜୁନ ୩ ତାରିଖରେ ଗୁଜୁରାଟ-ମହାରାଷ୍ଟ୍ର ଉପକୂଳରେ ମାଡ ହେବ । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ପୂର୍ବ-ମଧ୍ୟ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆଜି ସକାଳ ୬ଟା ସୁଦ୍ଧା ଲାକ୍ଷାଦ୍ୱୀପ ନିକଟରେ ଅଛି । ତେବେ ଅନୁକୂଳ କ୍ଷେତ୍ର ଯୋଗୁ ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଡିପ୍ରେସନ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟାରେ ରୁପାନ୍ତରିତ ହୋଇପାରେ । ଏହି ଲଘୁଚାପ କ୍ଷେତ୍ରରେ ସମୁଦ୍ର ଉତ୍ତାପ ଅଧିକ ଥିବା ଓ ପ୍ରବାହିତ ହେଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଯୋଗୁ ଅଧିକ ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହୋଇ ୩ ତାରିଖରେ ଉତ୍ତର ଗୁଜୁରାଟ ଓ ମହାରାଷ୍ଟ୍ର ଉପକୂଳରେ ମାଡ ହୋଇପାରେ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here