Spread the love

କଟକ : ସୋମବାର ସନ୍ଧ୍ୟାରେ ପୁଣି ୩ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କଟକ, ଯାଜପୁର ଓ ମୟୂରଭଞ୍ଜ ର ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ରୋଗୀ ସଂଖ୍ୟା ୩୯୪କୁ ବୃଦ୍ଧି ପାଇଛି ।
ଅନ୍ୟପଟେ ଏଣିକି ସାମନ୍ୟ ଲକ୍ଷଣଥିବା ରୋଗୀମାନଙ୍କୁ ଘରେ ରଖି ଚିକିତ୍ସା କରାଯାଇ ପାରିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା କେବଳ ସହରାଞ୍ଚଳରେ କରାଯିବ ।
ଅନ୍ୟପକ୍ଷରେ ଯେଉଁ ରୋଗୀମାନଙ୍କୁ ଏଣିକି ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ସେମାନଙ୍କୁ ୭ ଦିନ ବଦଳରେ ୧୪ ଦିନ ଲାଗି ଘରେ ସଙ୍ଗରୋଧରେ ରହିବାକୁ ପଡ଼ିବ । କେନ୍ଦ୍ର ସରକାର ୭ ଦିନ ସଂଙ୍ଗରୋଧରେ ରହିବା ଲାଗି ପୂର୍ବରୁ ସ୍ଥିର କରିଥିଲେ । ଡାକ୍ତରଖାନାରୁ ଡିସଚାର୍ଜ ହେବାପରେ ରୋଗୀମାନଙ୍କ ହାତରେ ଷ୍ଟାମ୍ପ ଓ ଷ୍ଟିକର ଲଗାଯିବ ।

LEAVE A REPLY

Please enter your comment!
Please enter your name here