Spread the love

ଭୁବନେଶ୍ୱର
ଆଜି ଖୋର୍ଧା ଜିଲ୍ଲାରୁ ୧୩ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ଜଣେ ସାମିଲ ଅଛନ୍ତି । ଏହି ବ୍ୟକ୍ତିଙ୍କ ବୟସ ୨୫ ବର୍ଷ ଏବଂ ସେ ଡମଣା ଅଞ୍ଚଳର । ସେ ମୁମ୍ବାଇରୁ ଫେରି ଘରେ ସଙ୍ଗରୋଧରେ ଥିଲେ । ଏହା ବ୍ୟତୀତ ଆଜି ଶୈଳଶ୍ରୀ ବିହାରର ଜଣେ ୨୩ ବର୍ଷୀୟ ପୁରୁଷ ଏବଂ ନୟାପଲ୍ଲୀର ୪୬ ବର୍ଷୀୟ ପୁରୁଷ ସୁସ୍ଥ ହୋଇଛନ୍ତିି । ଏବେ ସୁଦ୍ଧା ରାଜଧାନୀରୁ ୮୯ ରୋଗୀ ଚିହ୍ନଟ ହୋଇଥିବାବେଳେ ୩୩ ମାମଲା ସକ୍ରିୟ ରହିିଛି । ସେହିପରି ୫୩ ଜଣ ସୁସ୍ଥ ହୋଇଥିବାବେଳେ ୦୩ ଜଣ ମୃତ୍ୟୁବରଣ କରିଛନ୍ତି । ବିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here