Spread the love

ଭୁବନେଶ୍ୱର
ରାଜ୍ୟରେ ଆଜି ପୁଣି ୧୦୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୟାଜପୁରର ୩୧, ଜଗତସିଂହପୁରର ୨୩, ଭଦ୍ରକର ୨୧,କେନ୍ଦ୍ରାପଡାର ୮,କଟକ-୪, ପୁରୀର ୪, ଅନୁଗୁଳର ୨, ବାଲେଶ୍ୱରର ୨, ସମ୍ବଲପୁରରୁ ୨ ଏବଂ ନୟାଗକଡରୁ ଜଣେ ସାମିଲ ଅଛନ୍ତି । ଏହି ୧୦୨ ପଜିଟିଭଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ରେ ପହଞ୍ଚିଛି । ଏବେ ୮୭୬ଟି ମାମଲା ସକ୍ରି. ଥିବାବେଳେ ୨୭୭ ଜଣ ସୁସ୍ଥ ହୋଇଛନ୍ତି । ସେହପରି କରୋନାରେ ୫ ଜଣ ମୃତ୍ୟୁବରଣ କରିଛନ୍ତି । ସ୍ୱାସ୍ଥ୍‌୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଏବେ ସୁଦ୍ଧା ରାଜ୍ୟରେ ୧୦୦୩୦୨ ଜଣଙ୍କ ସ୍ୱାବ ନମୂନା ପରୀକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here