Spread the love

ଭୁବନେଶ୍ୱର
ରାଜ୍ୟରେ ଦିନକୁ ଦିନ କରୋନା ରୋଗାଙ୍କ ସଂଖ୍ୟା ବଢିବାରେ ଲାଗିିଛି । ଏହି କ୍ରମରେ ଆଜି ଆଉ ୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଗଞ୍ଜାମର ୨୬, ଯାଜପୁରର ୧୧,ଖୋର୍ଧାର ୧୧,ନୟାଗଡର ୭, ବଲାଙ୍ଗୀ. ଜଗତସିଂହପୁରସ ସମ୍ବଲପୁରରୁ ୨ ଜଣ ଲେଖାଏଁ,କେନ୍ଦୁଝର ଏବଂ ବରଗଡରୁ ଜଣେ ଲେଖାଏଁ ଏବଂ ସୋନପୁରର ୪ ଜଣ ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରୁ ୬୫ ଜଣଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ କରାଯାଇଥିବାବେଳେ ଆଉ ୨ ଜଣ ସ୍ତାନାୟ ଅଞ୍ଚଳର । ଏହି ନୂତନ ଆକ୍ରାନ୍ତଙ୍କ ସହ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୬୬୦ ଛୁଇଁଛି । ଏବେ ୮୪୧ଟି ମାମଲା ସକ୍ରିୟ ଥିବାବେଳେ ୮୧୨ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୭ ଜଣ ମୃତ୍ୟୁବରଣ କରିଛନ୍ତି । ଏବେ ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମ ୩୯୪ ଶୀର୍ଷରେ ରହିଥିବାବେଳେ ତାହ ପଛକୁ ଯାଜପୁର ୨୫୩, ବାଲେଶ୍ୱର ୧୩୯ , ଖୋର୍ଧା ୧୧୦, ଭଦ୍ରକ ୧୦୬ ରହିଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here