Spread the love

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାହ୍ନ ୪ଟାରେ ଦେଶକୁ ସମ୍ବୋଧିତ କରିଛନ୍ତି। ଜୁଲାଇ ପହିଲାରୁ ଦେଶ “ଅନଲକ୍ ୨” ରେ ପ୍ରବେଶ କରିବ ଯେଉଁଥିପାଇଁ ସୋମବାର ରାତିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା, ଯାହା କରୋନାଭାଇରସ୍ ଲକଡାଉନ୍ କାରଣରୁ ଲାଗୁ ହୋଇଥିବା ପ୍ରତିବନ୍ଧକକୁ ଆହୁରି ସହଜ କରିଛି । ମହାମାରୀ ଆରମ୍ଭ ହେବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ଷଷ୍ଠ ଉଦବୋଧନ । ଶେଷ ଥର ପାଇଁ ମେ ୧୨ରେ ଦେଶକୁ ସମ୍ବୋଧିତ କରିଥିଲେ ଯେତେବେଳେ ସେ କରୋନାଭାଇରସ୍ ଦ୍ଵାରା ବନ୍ଦ ହୋଇଯାଇଥିବା ଅର୍ଥନୀତିକୁ ସୁଦୃଢ କରିବା ପାଇଁ ୨୦ ଲକ୍ଷ କୋଟି ଟଙ୍କା ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିଲେ। ରବିବାର ଦିନ”ମନ କି ବାତ୍” ଅଭିଭାଷଣରେ କହିଥିଲେ ଯେ ଲଦାଖରେ ଓ ଏହାର ଅଞ୍ଚଳ ଉପରେ ଯେଉଁମାନେ ନଜର ରଖିଛନ୍ତି ସେମାନଙ୍କୁ ଭାରତ ଉଚିତ୍ ଜବାବ ଦେଇଛି। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇ ସେ କରୋନା ମହାମାରୀ ଏବଂ ଦେଶବ୍ୟାପୀ ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ଅନଲକ୍ କରିବାର ଦ୍ୱିତୀୟ ପର୍ଯ୍ୟାୟ ବିଷୟରେ ଚିନ୍ତା କରିବାକୁ ସେମାନଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here