Spread the love

ଉମରକୋଟ
ଦିନକୁ ଦିନ ମାନବିକତା ହଜିବାରେ ଲାଗିଛି । କେଉଁଠି ପୁଅ ମା’କୁ ତ ଆଉ କେଉଁଠି ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିବାର ଖବର ପ୍ରତିଦିନ ଶୁଣିବାକୁ ମିଳୁଛି । ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ସରଗୁଳି ଗ୍ରାମରେ । ଏଠାରେ ନିଜ ପୁଅକୁ ପିଟି ପିଟି ହତ୍ୟା କରିଛି ବାପା । ଏବେ ହତ୍ୟାକାରୀ ବାପାକୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ସୋମବାର ଜମିବାଡି ବିବାଦକୁ ନେଇ ବାପ ଅମିତ ବାସୁ ପୁଅ ଅସିତ ବାସୁ ମଧ୍ୟରେ କଥାକଟାକଟି ହୋଇଥିଲା । ଏଥିରେ କ୍ଷୁବ୍ଧ ହୋଇ ନିଜ ପୁଅକୁ ବାପା ପିଟିପିଟି ମାରି ଦେଲା । ପରେ ଏହି ଖବର ପାଇ ପୋଲିସ ଘଟଣାସ୍ଥଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଂ ପଠାଇଛି ଏବଂ ହତ୍ୟାକାରୀ ବାପକୁ ଅଟକ ରଖି ଜେରା କରୁଛି ।

LEAVE A REPLY

Please enter your comment!
Please enter your name here